ସୋନପୁର,୨୨/୧୨(ସୁନୀଲ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବାରପାହାଡ଼ ଜଙ୍ଗଲ ଡୁମେରଖୋଲ ଗ୍ରାମ ନିକଟରେ ଏକ ହାତୀ ଛୁଆର ମୃତ୍ଯୁ ହୋଇଥିବା ଦେଖିବାକୁ ମିଳିଛି l ବନ ବିଭାଗ ହାତୀର ମୃତ ଦେହ ଉଦ୍ଧାର କରିବା ସହିତ ହାତୀ ର ଆନୁମାନିକ ବୟସ ଦେଢ଼ ବର୍ଷ ହେବ ବୋଲି ସୂଚନା ଦେଇଛନ୍ତି । ବିବରଣୀରୁ ପ୍ରକାଶ ଯେ ଗତ କିଛି ଦିନ ହେଲା ଏହି ବାରପାହାଡ଼ ଜଙ୍ଗଲରେ ହାତୀ ପଲ ରହୁଥିଲେ l ତେବେ ସେହି ହାତୀ ପଲ ମଧ୍ଯରୁ ଏହି ହାତୀ ଛୁଆ ଟିର ମୃତ୍ୟୁ ହୋଇଥିବା କୁହାଯାଉଛି l ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଂଚି ମୃତ ହାତୀ ଛୁଆର ଶବ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଛି l ବର୍ତ୍ତମାନ ପରିସ୍ଥିତିରେ ଅତ୍ୟନ୍ତ ଶୀତ କିମ୍ବା କୃମି ଜନିତ କାରଣରୁ ହାତୀ ଛୁଆର ମୃତ୍ୟୁ ହୋଇଥାଇ ପାରେ ବୋଲି ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ।