ସ୍କୁଲ୍ ପାଖରୁ ୩୩ କେଭି ବିଦ୍ୟୁତ ତାରକୁ ସ୍ଥାନାନ୍ତରିତ କରିବାକୁ ଦାବି

130
ADVERTISEMENT

ସୋନପୁର,୨୨/୧୨ (ସୁନୀଲ ତ୍ରିପାଠୀ) :ସୋନପୁର ଜିଲ୍ଲା ସଦର ବ୍ଲକର ଧୋବାବାହାଲି ଗ୍ରାମ ଉନ୍ନୟନ ପରିଷଦ ବରିଷ୍ଠ ବି.ଜେ.ପି ନେତା ବଲଦେବ ବେଦବାଗ ଙ୍କ ନେତୃତ୍ବରେ ୩୩ କେଭି ବିଦ୍ୟୁତ ତାରକୁ ସ୍ଥାନାନ୍ତରିତ କରିବା ଦାବୀରେ ଆଜି ଗ୍ରୀଡକୋ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଓ ଗଣଧାରଣା ଦେଇଛନ୍ତି । ସୂଚନା ଅନୁସାରେ ଧୋବାବାହାଲି ଗ୍ରାମର ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଉପରେ ୩୩ କେଭି ବିଦ୍ୟୁତ ତାର ଯିବା ଫଳରେ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କେତେବେଳେ ଯେ ତାହା କୌଣସି ବଡ ଧରଣର ଅଘଟଣ ନକରିବ କହିହେବ ନାହିଁ । ତେଣୁ ତୁରନ୍ତ ତାହାକୁ ସ୍ଥାନାନ୍ତରିତ କରିବାକୁ ଦାବୀ ପତ୍ର ଦିଆଯାଇଛି । ଏହା ସ୍ଥାନାନ୍ତରିତ ନ ହେବା ପର୍ଯ୍ୟନ୍ତ ରିଲେ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି l

Advertisement