ବଲାଙ୍ଗୀର,୨୨/୧୨ (ସୁନୀଲ ତ୍ରିପାଠୀ) : ବିନିକା ରାସ୍ତାର ଘୋଡାଧାର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି l କାର ଓ ବାଇକ୍ ମୂହାଁ ମୂହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ ହୋଇଛି l ବର୍ତ୍ତମାନ ପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରିନାହିଁ l ସୂଚନାନୁସାରେ ବିନିକା ପଟରୁ ଏକ ବାଇକ ଯୋଗେ ଯୁବକ ଜଣକ ଆସୁଥିଲେ ଓ ଘୋଡାଧାର ଛକ ନିକଟରେ ସୋନପୁର ପଟରୁ ଆସୁଥିବା ଏକ କାର ସହିତ ତାଙ୍କର ବାଇକଟି ଧକ୍କା ହୋଇଥିଲା l ସ୍ଥାନୀୟ ଲୋକେ ସୋନପୁର ଅଗ୍ନିଶ୍ରମ ବିଭାଗକୁ ଖବର ଦେବାପରେ ଅଗ୍ନିଶ୍ରମ ବିଭାଗ ଯୁବକଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ଆଣିଥିଲେ l କିନ୍ତୁ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା l ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶବକୁ ରଖାଯାଇ ସୋନପୁର ପୋଲିସକୁ ଖବର ଦିଆଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବକୁ ରଖିଥିବା ବେଳେ ପୋଲିସ ଘଟଣାର ଅନୁସନ୍ଧାନ କରୁଛି l