ବଲାଙ୍ଗୀର,୨୧/୧୨(ସୁନୀଲ ତ୍ରିପାଠୀ):କଂଗ୍ରେସ ଦଳର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ଦେଓଗାଁ ବଙ୍ଗଳା ଠାରେ ଆଜି ଦେଓଗାଁ ବ୍ଲକ କଂଗ୍ରେସ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ, ମୁଖ୍ୟ ଅତିଥି ଭାବରେ ଏ ଆଇ ସି ସି ସଭ୍ୟ ତଥା ପ୍ରଦେଶ କଂଗ୍ରେସ ର ବରିଷ୍ଠ ପ୍ରବକ୍ତା ଶ୍ରୀଯୁକ୍ତ ସମରେନ୍ଦ୍ର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦିଲୀପ ବେହେରା ପ୍ରମୁଖ ଯୋଗଦେଇଥିଲେ I