ବଲାଙ୍ଗୀର,୨୦/୧୨(ସୁନୀଲ ତ୍ରିପାଠୀ):ବଲାଙ୍ଗୀର-ଟିଟିଲାଗଡ଼ ମୁଖ୍ୟରାସ୍ତା ପ୍ଲାନିଂ ଅଫିସ ସାମ୍ନାରେ ଏକ ଟ୍ରକ ଓ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଥିବା ବେଳେ ୨ଜଣ ଆହତଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଯାଇଛି। ଆହତ ବ୍ୟକ୍ତି ଛତାମଖନାର କୁନା ବାଗ ବୋଲି ସୂଚନା ମିଳିଛି।