ସୋନପୁର,୧୮/୧୨,(ସୁନୀଲ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ସାଧାରଣ ବଣ୍ଟନ ଚାଉଳ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି l ଯାହାକି ଗରିବ ଲୋକଙ୍କ ପାଇଁ ଖାଇବାକୁ ଅତି କଷ୍ଟକର ବ୍ୟାପାର ହୋଇପଡ଼ିଛି l ଏନେଇ ଅଭିଯୋଗ କଲେ ମଧ୍ୟ ଶୁଣୁ ନଥିବା ବିନିକା ବ୍ଲକ ବାଙ୍କିଗିରଡି ପଞ୍ଚାୟତ ଅରିଗାଁ ଗ୍ରାମର କାର୍ତିକ ମହାକୁଡ଼, ଦାମୋଦର ଭରାସାଗର, ତରଣୀ ଗଡ଼ିଆରେ ପ୍ରମୁଖ ପ୍ରକାଶ ଚନ୍ଦ୍ର ବେବର୍ତା ଓ ବୁଦ୍ଧିଜୀବୀ ମହଲରେ ଅଭିଯୋଗ କରିଛନ୍ତି lଏହାର ତୁରନ୍ତ ସଠିକ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା l