ବଲାଙ୍ଗୀର,୧୮/୧୨,(ସୁନୀଲ ତ୍ରିପାଠୀ) : ବଲାଙ୍ଗୀରର ପୂର୍ବତନ ସାଂସଦ କାଲିକେଶ ନାରାୟଣ ସିଂଦେଓ ଙ୍କ ଟ୍ୱିଟର ଆକାଉଣ୍ଟ ହେକ୍ ହୋଇଥିବା, ସେ ନିଜେ ସୋସିଆଲ୍ ମିଡ଼ିଆ ରେ ପୋଷ୍ଟ୍ କରି ସୂଚନା ଦେଇଛନ୍ତି। କୌଣସି ଅନୈତିକ ବ୍ୟକ୍ତି ନିଜ ସ୍ୱାର୍ଥ ରଖି ନା’ ଭୁଲ୍ ବଶତଃ କିଛି ତ୍ରୁଟି ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।
ଟ୍ୱିଟର୍ ତରଫରୁ ଆକାଉଣ୍ଟ ପୁନଃସ୍ଥାପନ ନହେବା ପର୍ଯ୍ୟନ୍ତ, ତାଙ୍କ ଆକାଉଣ୍ଟ ରୁ ଯାଇଥିବା ମେସେଜ୍ କୁ ଅଗ୍ରାହ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି।