ପରୀକୁ ନ୍ୟାୟ ପ୍ରଦାନ ଦାବୀରେ ବିଜେପି ତରଫରୁ ପ୍ରତିବାଦ ଶୋଭାଯାତ୍ରା

136
ADVERTISEMENT

ପାରଳାଖେମୁଣ୍ଡି,୧୮/୧୨,(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ପରୀକୁ ନ୍ୟାୟ ପ୍ରଦାନ ଦାବୀରେ ବିଜେପି ତରଫରୁ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି କେ ନାରାୟଣ ରାଓଙ୍କ ନେତୃତ୍ବରେ ନୂଆ ବସଷ୍ଟାଣ୍ଡ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ନୟାଗଡ ଜିଲ୍ଲାର ନାବାଳିକା ଅପହରଣ କରି ହତ୍ୟା କରାଯିବା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବୀରେ ଏହି ଶୋଭାଯାତ୍ରା କରାଯାଇଥିଲା । ଏଥିରେ କାଶିନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଚିତ୍ରି ସୀମାଦ୍ରି , ମହିଳା ନେତ୍ରୀ ପୂଣ୍ୟବତୀ , ଜଗନ୍ନାଥ ମହାପାତ୍ର, ନୃସିଂହ ଚରଣ ପଟନାୟକ, ସିଦ୍ଧେଶ୍ଵର ମିଶ୍ର, ଗୁମ୍ମା ବ୍ଲକ ବିଜେପି ସଭାପତି କୃଷ୍ଣଚନ୍ଦ୍ର ବିଶୋଇ, ବାବୁନା ବେହେରା ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ଯ/ସଭ୍ଯା ଓ ବ୍ଲକ ସ୍ତରୀୟ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶିନଗର ଏନଏସିର ବହୁ କର୍ମୀ ଯୋଗ ଦେଇଥିଲେ ।

Advertisement