ସୋନପୁର,୧୭/୧୨(ସୁନୀଲ ତ୍ରିପାଠୀ) : ସୋନପୁର ସହରରେ ପୁଣି ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଜଣେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହେଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି l ସୂଚନା ଅନୁସାରେ ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ମାଣିକେଶ୍ବରୀ ମନ୍ଦିର ରାସ୍ତାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲେ l ଗୋଟିଏ ବାଇକ ରେ ୩ଜଣ ବସି ଥିବା ବେଳେ ଅନ୍ୟ ଏକ ବାଇକ ରେ ୨ ଜଣ ଆରୋହୀ ବସିଥିଲେ l ଘଟଣା ସ୍ଥଳରୁ ଆହତ ମାନଙ୍କୁ ଅଗ୍ନିଶମ ବିଭାଗ ସୋନପୁର ଡାକ୍ତର ଖାନାରେ ଭର୍ତି କରିଥିଲେ ସେଥିମଧ୍ୟରୁ ଜଣେଙ୍କର ଅବସ୍ଥା ସଙ୍କଟା ପନ୍ନ ଥିବାରୁ ଡାକ୍ତର ଖାନା ରେ ତାଙ୍କ ମୃତ୍ୟୁ ଘଟିଥିଲା l ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ଆହତ ଦୁଇ ଜଣଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାର ବିଳାସପୁର ଗାଁ ର ରହିମ କଅର ଓ ଅନ୍ୟ ଜଣେ ଶକ୍ତି କଅର ବୋଲି ଜଣାପଡ଼ିଛି l