ବଲାଙ୍ଗୀର,୧୬/୧୨(ସୁନୀଲ ତ୍ରିପାଠୀ) :ଅଖିଳ ଭାରତୀୟ ବିଦ୍ଯାର୍ଥି ପରିଷଦ , ଓଡିଶା ପଶ୍ଚିମ ଭାଗର ପ୍ରାନ୍ତ ଅଭ୍ୟାସ ବର୍ଗ ଗତ ୧୨,୧୩ ତାରିଖ ରେ ବରଗଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଗରେ ଓଡ଼ିଶା ପଶ୍ଚିମ ଭାଗର ବିଭିନ୍ନ ମହାବିଦ୍ଯାଳୟ ଓ ବିଶ୍ବ ବିଦ୍ଯାଳୟରୁ ଏବିଭିପିର କାର୍ଯ୍ଯକର୍ତ୍ତା , ଅଧ୍ଯାପକ ଓ ଅଧ୍ଯାପିକା ଉପସ୍ଥିତ ଥିଲେ । ଏହି ଅଭ୍ୟାସ ବର୍ଗ ରେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅଭିଳାଷ ପଣ୍ଡା , ରାଜ୍ଯ ସଂପାଦକ ଶଶିକାନ୍ତ ମିଶ୍ର , ରାଷ୍ଟ୍ରୀୟ ଉପସଭାପତି ପ୍ରଶାନ୍ତ ରାଉତ , ପୂର୍ବ – ଉତ୍ତର କ୍ଷେତ୍ର ର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଅଜୟ ଠାକୁର ଉପସ୍ଥିତ ଥିଲେ । ଆଗାମୀ ଏକ ବର୍ଷ ପାଇଁ ବିଦ୍ଯାର୍ଥି ପରିଷଦର ସାଗଂଠାନିକ ଦାୟିତ୍ବ ଘୋଷଣା କରାଯାଇଥିଲା ।
ଏହି ପରିପ୍ରେକ୍ଷୀ ରେ ବଲାଗିଂର ବିଭାଗ ପ୍ରମୁଖ ଭାବେ ଅଧ୍ଯାପକ ଗୋବିନ୍ଦ ଚନ୍ଦ୍ର ସାହୁ ଓ ବିଭାଗ ସଂଯୋଜକ ଭାବରେ ରାଜେନ୍ଦ୍ର ବିଶ୍ବବିଦ୍ଯାଳୟର ବିଜୟ କଲତା , ବଲାଙ୍ଗିର ଜିଲ୍ଲା ପ୍ରମୁଖ ପ୍ରାଧ୍ଯାପକ ହେମନ୍ତ ମଲ୍ଲିକ ,ସହ ପ୍ରମୁଖ ଅରୁଣ ସାହୁ, ଜିଲ୍ଲା ସଂଯୋଜକ ପାଟଣାଗଡ଼ ଜବାହରଲାଲ ମହାବିଦ୍ଯାଳୟ ଶିବା ଗଡ଼ତ୍ଯା , ସହ ସଂଯୋଜକ ମହେଶ ବେହେରା , ଛାତ୍ରୀ ପ୍ରମୁଖ ସୁଶ୍ରୀ ଟ୍ବିଙ୍କିଲ ମିଶ୍ର , RKM ପ୍ରମୁଖ ବର୍ଷାରାଣୀ ବହିଦାର , SFS ପ୍ରମୁଖ ଚୁଡାମଣି ଠାକୁର , SFD ପ୍ରମୁଖ ପ୍ରତାପ ସିଂ ବୁଡେକ , ସେସିଆଲ୍ ମିଡିଆ ପ୍ରମୁଖ ମିଲନ ମେହେର , ଦିକପ ମିଶ୍ର , ଟିକେଲାଲ ବାରିକ , ବୁଲୁ ମେହେର , ଶୋଭରାଜ ପଟେଲ ପ୍ରଭୃତି କାର୍ଯ୍ଯକର୍ତ୍ତା କୁଂ ବିଭିନ୍ନ ଦାୟିତ୍ବ ଦିଆଗଲା ।