ସୋନପୁର,୧୬/୧୨( ସୁନୀଲ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଳା ସହକାରୀ ନିବନ୍ଧକ ସମବାୟ ସମିତି ସମୂହର ଅଫିସର ଉପ ସହକାରୀ ନିବନ୍ଧକ ଆଶିଷ କୁମାର ରାଉତ ୧୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ବିଲ ପାସ କରିବାକୁ ନେଉଥିଲେ ଲାଞ୍ଚ । ଲଛିପୁର କୃଷି ସେବା ସମବାୟ ସମିତିର ସମ୍ପାଦକ ମଞ୍ଜୟ ଧରୁଆ ଙ୍କ ଠାରୁ ସେବା ସମବାୟ ସମିତି ର ବିଲ ପାସ କରିବାକୁ ନେଉଥିଲେ ଲାଞ୍ଚ । ବିଭିନ୍ନ ସମୟରେ ସମବାୟ ସମିତି ର ବିଲ ପାଶ ପାଇଁ ସମ୍ପାଦକ ମଞ୍ଜୟଙ୍କ ଠାରୁ ଲାଞ୍ଚ ମାଗି ଆସୁଥିଲେ । ଏଥି ପାଇଁ ଶ୍ରୀ ମଞ୍ଜୟ ସୋନପୁର ଭିଜିଲାନ୍ସର ଦ୍ୱାରାସ୍ତ ହୋଇଥିଲେ ଆଜି ସୋନପୁର ର ଭିଜିଲାନ୍ସର ଏକ ଟିମ ସହକାରୀ ନିବନ୍ଧକ ସମବାୟ ସମୁହ ଅଫିସରେ ଚଢ଼ାଉ କରିଥିଲେ । ଲାଞ୍ଚ ଟଙ୍କା ତାଙ୍କ ଟେବୁଲଡ୍ର ରେ ରଖିଥିଲା ବେଳେ ଭିଜିଲାନ୍ସ ଟିମ ଉପ ସହକାରୀ ନିବନ୍ଧକ ଆଶିଷ କୁମାର ରାଉତଙ୍କ ଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲେ । ଅଧିକ ତଦନ୍ତ ଜାରୀ ରହିଛି ।