ବଲାଙ୍ଗୀର,୧୫/୧୨ (ସୁନୀଲ ତ୍ରିପାଠୀ):ବଲାଙ୍ଗୀର ସହର ହାତୀଶାଳ ପଡା ନିବାସୀ ଆକୁଳ ବଗର୍ତ୍ତୀ ଯାହାଙ୍କ ବୟସ 60 ରୁ ଉର୍ଦ୍ଧ୍ବ ହେବ ଏଯାଏଁ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ । ସେ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପୁଣି ଆବେଦନ କରିବାସହ ଅଭିଯୋଗ କରିଛନ୍ତି ଯେ ସେ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ଯକ୍ତି । ଏବେ ବାର୍ଦ୍ଧକ୍ୟ ଜନୀତ ଅସାମର୍ଥ୍ଯତା ଯୋଗୁଁ ଆଉ ରୋଜଗାର କରି ନପାରି ଦୁଃଖରେ ରହୁଛନ୍ତି ।ତାଙ୍କୁ ଭତ୍ତା ପ୍ରଦାନ କରି ତାଙ୍କୁ ତାଙ୍କ ପାଇଁ ବଞ୍ଚିବାର ରାହା ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି ।