ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ I

121
ADVERTISEMENT

ପାରଳାଖେମୁଣ୍ଡି,୧୪/ ୧୨(ପ୍ରଭାତ କୁମାର ପାତ୍ର):କେନ୍ଦ୍ର କୃଷି ନୀତିକୁ ବିରୋଧ କରିବା ସହ ଏହାର ପ୍ରତ୍ୟାହାର ଓ ମୋଟ ୬ଗୋଟି ଦାବିକୁ ନେଇ ଆଜି ଗଜପତି ଜିଲ୍ଲା ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ସିପିଆଇଏମ୍ ସମର୍ଥନରେ ପାରଳାଖେମୁଣ୍ଡି ସହରରେ ଏକ ଶୋଭାଯାତ୍ରାରେ ବାହାରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାରଳାଖେମୁଣ୍ଡି ସିପିଆଇଏମ୍ କାର୍ଯ୍ୟାଳୟ ନିକଟରୁ ଶୋଭାଯାତ୍ରାରେ କର୍ମୀମାନେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଉପରୋକ୍ତ ଦାବି ଗୁଡିକୁ ନେଇ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡିଶା ରାଜ୍ୟ ଆଦିବାସୀ ଅଧିକାର ମଞ୍ଚର ସଭାପତି ଦଣ୍ଡପାଣୀ ରୟତଙ୍କ ନେତୃତ୍ୱରେ ଆଦିବାସୀ ନେତା କାର୍ତ୍ତୀକ ଶବର,ଦଳିତ ନେତା ମାନସ ଜେନା,ମୋହିତ ମିଶାଲ,କୃଷକ ନେତା ଏମ୍‌.ବାଙ୍ଗାରୀ,ସିଆଇଟିୟୁ ନେତା ମୁରଳୀ କ୍ରିଷ୍ଣା,ଏଆଇକେଏମଏସ ନେତା କେଦାର ଶବର ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଏଥିରେ ଯୋଗ ଦେଇ ସମୁହ କୃଷକଙ୍କ ସ୍ୱାର୍ଥ ଓ ଦେଶର ହିତ ପାଇଁ କେନ୍ଦନ୍ଦ୍ର ସରକାରଙ୍କ ନୁତନ କୃଷି ନୀତିକୁ ପ୍ରତ୍ୟାହାର ପାଇଁ ଦାବି କରିବା ସହ ଅନ୍ୟାନ୍ୟ ଦାବି ଗୁଡିକୁ ତୁରନ୍ତ ପୁରଣ କରିବା ପାଇଁ ଦାବି କରିଥିଲେ ।

Advertisement