ଅନଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମରତ I

201
ADVERTISEMENT

ଅନଗୁଳ,୧୪/୧୨ (ଡି.ଏଚ ବ୍ୟୁରୋ) :ଅନଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମରତ ବାପ ପୁଅଙ୍କୁ କାବୁ କଲା ପୁଲିସ। ଉଭୟ ତାଳଚେର ସୁଲୁଡ଼ା ଗ୍ରାମର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ। ଖଣ୍ଡେ ଜମିକୁ ‘ଏମ ସିଏଲ୍’ର ଭରତପୁର ଖଣି ନିମନ୍ତେ ଅଧିଗ୍ରହଣ କରାଯାଇଥିଲା। କ୍ଷତିପୂରଣ ବାବଦକୁ ଅର୍ଥରାଶି ମିଳିଥିଲେ ମଧ୍ୟ ପ୍ରତିଶ୍ରୁତି ମୁତାବକ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଆଜିଯାଏ ଚାକିରି ଖଣ୍ଡେ ମିଳିନାହିଁ। ଏ ବାବଦରେ ସେମାନେ ବହୁବାର ‘ଏମ ସିଏଲ୍’ ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିବା ସୂଚନା ।

Advertisement