ସ୍ଥାୟୀ ନିଯୁକ୍ତି ଦାବୀରେ ହସପିଟାଲ ସମ୍ମୁଖରେ କୋଭିଡ ଯୋଦ୍ଧାଙ୍କ ଧାରଣା

137
ADVERTISEMENT

ବଲାଙ୍ଗୀର,୧୩ /୧୨(ସୁନୀଲ ତ୍ରିପାଠୀ) :ସ୍ଥାୟୀ ନିଯୁକ୍ତି ଦାବୀରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ସମ୍ମୁଖରେ ଧାରଣାକୁ ଓହ୍ଲାଇଲେ କୋଭିଡ ଯୋଦ୍ଧା । କରୋନା ମୁକାବିଲା ପାଇଁ ଗତ ଏପ୍ରିଲ ମାସରେ ତିନି ମାସ ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ନର୍ସ, ଫାର୍ମାସିଷ୍ଟ, ଟେକନିସିଆନ ଭଳି ବିଭିନ୍ନ ପଦବୀରେ ପ୍ରାୟ ଶହେ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ତିନିମାସ ପରେ ସେମାନଙ୍କୁ ଚାକିରୀରୁ ବାହାର ନକରି ପୁଣି ୬ ମାସ ପାଇଁ ନିଯୁକ୍ତି ଦିଆଯାଇଥିଲା । ୯ ମାସ ଧରି କରୋନା ସହିତ ଲଢେଇ କରିବା ପରେ ଏବେ ହସପିଟାଲ କତୃପକ୍ଷ ଏମାନଙ୍କୁ ଛଟେଇ କରିବା ପାଇଁ ବିଚାର ଵିମର୍ଷ କରୁଛନ୍ତି । ହସପିଟାଲର କିଛି ପଦବୀରେ ସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ କରିଛନ୍ତି । ତେଣୁ ନୂଆ ପଦବୀରେ କୋଭିଡ ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ସୁଯୋଗ ଦେବା ସହିତ ଛଟେଇ ନକରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଛନ୍ତି ଆନ୍ଦୋଳନକାରୀ । ହସପିଟାଲ ସମୁଖରେ କୋଭିଡ ଯୋଦ୍ଧା ମାନେ ଧାରଣାରେ ବସି କାମ ବନ୍ଦ କରିଛନ୍ତି । ଧାରଣା ଯୋଗୁଁ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛି ।

Advertisement