ପଶ୍ଚିମ ଓଡିଶା ବିଦ୍ୟୁତ କର୍ମଚାରୀ ସଂଘଙ୍କ ସାମ୍ବାଦିକ ସମ୍ମିଳନୀ

127
ADVERTISEMENT

ସୋନପୁର,୧୨/୧୨(ସୁନୀଲ ତ୍ରିପାଠୀ) : ଆଜି ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଓ ଇଂଜିନିୟର ଏକତା ମଞ୍ଚ ପକ୍ଷରୁ ସୋନପୁର ବିଦ୍ୟୁତ ବିଭାଗ ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ଯ ସରକାର ୱେସ୍କୋକୁ ଟାଟା କମ୍ପାନୀକୁ ବିକ୍ରି କରିବା ନେଇ ଦୃଢ଼ ପ୍ରତିବାଦ କରିବା ସହିତ ଆଗାମୀ ୧୬ ତାରିଖ ଠାରୁ ସମସ୍ତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି l ବିଦ୍ୟୁତ କର୍ମଚାରୀ କୋଭିଡ ସମୟରେ ନିଜର ଜୀବନକୁ ବାଜି ଲଗାଇ କାର୍ଯ୍ୟ କରି ଆସିଛନ୍ତି l ହେଲେ ତାଙ୍କର ଚାକିରିର ସୁରକ୍ଷା ନାହିଁ ବୋଲି କହିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମସ୍ତ ଏସଡିଓ ଓ କର୍ମଚାରୀ ଉପସ୍ଥିତ ରହିଥିଲେ l

Advertisement