ପାରଳାଖେମୁଣ୍ଡି,୯/୧୨(ପ୍ରଭାତ କୁମାର ପାତ୍ର) : ଗଜପତି ଜିିଲ୍ଲାପାଳଙ୍କ କାର୍ଯ୍ୟାଲୟ ପରିସରରେ ଆଜି ପୌଷ୍ୟ ସନ୍ତାନ ଗ୍ରହଣ ପାଇଁ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଅନୁପମ ସ।ହା ସବୁଜ ପତାକା ଦେଖାଇ ଏହି ରଥର ସୁଭାରମ୍ଭ କରିଥିଲେ । ଗଜପତି ଜିଲ୍ଲାର ମୋଟ ୭ଗୋଟି ବ୍ଲକରେ ଆଗାମୀ ୩ ଦିନ ଧରି ଏହି ରଥ ପରିକ୍ରମା କରି ପୌଷ୍ୟ ସନ୍ତାନ ଗ୍ରହଣ ପାଇଁ ଜନାସାଧାରଣଙ୍କ ଠାରେ ସଚେତନତା ସୃଷ୍ଟି କରିବ । ଏଥି ସହ ଅନାଥ,ପରିତ୍ୟକ୍ତ ଓ ସମର୍ପିତ ସନ୍ତାନ ଓ ସନ୍ତତି ମାନଙ୍କୁ ପୌଷ୍ୟ ସନ୍ତାନ ଭାବେ ଆଇନତଃ କିପରି ଗ୍ରହଣ କରାଯାଇ ଯତ୍ନର ସହ ପାଳନ କରାଯିବା ସହ ସନ୍ତାନ ନ ଥିବା ପିତା ମାତା ମାନେ ଆଇନତଃ ଯେପରି ପୌଷ୍ୟ ସନ୍ତାନ ଗ୍ରହଣ କରିପାରିବେ ସେ ନେଇ ଏହି ସଚେତନତା ରଥ ସାଧାରଣଙ୍କୁ ସୁଚେଇବା ସହ ସରକାରଙ୍କ ନୀତି ନୀୟମର ସୁଚନା ଦେବା ପାଇଁ ଏହି ରଥ ପରିକ୍ରମା କରିବ । ଏହି କାର୍ଯୟକ୍ରମରେ ଡିସିପିଓ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।