ମୋହନା,୯/୧୨:(ମୋହନ ଗୌଡ଼) :ଗଜପତି ଜିଲ୍ଲା ମୋହନା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସମିତିର ସଭାପତି ବାଡ଼ିଶା ମାଝୀଙ୍କ ସଭାପତିତ୍ୱରେ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ସମ୍ମାନୀତ ଅତିଥିଭାବେ ଅଡବା ଜିଲ୍ଲାପରିଷଦ ସଭ୍ୟ ବାଳକୃଷ୍ଣ ମଳିକ ଯୋଗ ଦେଇଥିଲେ।ସମିତିର ନିୟମ ଅନୁଯାୟୀ ପ୍ରତିବର୍ଷ ଡ଼ିସେମ୍ବର ୧୧ ତାରିଖ ଦିନ ବାର୍ଷିକ ଉତ୍ସବ ଓ ଜାନୁଆରୀ ୧୧ ତାରିଖ ଦିନ ଜିଲ୍ଲାରେ ନୂତନ କମିଟି ଗଠନ କରାଯାଇ ସଭାପତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ କରାଯାଇଥାଏ। କିନ୍ତୁ ରାଜ୍ୟରେ କରୋନା କଟକଣା ଯୋଗୁଁ ଡିସେମ୍ବର ୧୧ରେ ହେବାକୁଥିବା ବାର୍ଷିକ ଉତ୍ସବକୁ ବାତିଲ କରାଯାଇ ଉତ୍ସବକୁ ସ୍ମରଣ କରିବା ପାଇଁ ଜିଲ୍ଲା କମିଟି ମୋହନାଠାରେ ସମିତିର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରିବା ସହ ଆଗାମୀ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାପାଇଁ ସର୍ବସମ୍ମତି କ୍ରମେ ନିଷ୍ଠତି ନିଆଯାଇଥିବା ଜଣା ପଡିଛି । ଏହି ବୈଠକରେ ଜିଲ୍ଲା କମିଟିର ସଦସ୍ୟ, ସରପଞ୍ଚ , ସମିତି ସଭ୍ୟମାନେ ଉପସ୍ଥିତ ଥିଲ। ବୈଠକକୁ ସମିତିର ସମ୍ପାଦକ ଶରତ ଚନ୍ଦ୍ର ମଳିକ ସଂଚାଳନ କରିଥିଲେ।