ମୋହନାରେ ଧର୍ମଘଟର ପ୍ରଭାବ

140
ADVERTISEMENT

ମୋହନା,୨୬/୧୧(ମୋହନ ଗୌଡ଼): ଗଜପତି ଜିଲ୍ଲା ମୋହନାରେ ବନ୍ଦର ପ୍ରଭାବ ଆଂଶିକ ଭାବେ ସଫଳ ହୋଇଛି । ସର୍ବ ଭାରତୀୟ ଟ୍ରେଡ୍‌ ଯୁନିୟନ୍ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ ପରିପେକ୍ଷୀରେ ସକାଳୁ ମୋହନା-ବ୍ରହ୍ମପୁର-ରାୟଗଡ଼ା ଏବଂ ମୋହନା ଠାରୁ ପାରଳାଖେମୁଣ୍ଡିକୁ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ୩୨୬ ଜାତୀୟ ରାଜପଥରେ ବସ , ଟ୍ରକ,କାର ଗମନାଗମନା ବନ୍ଦ ରହିଥିବାବେଳେ ବାଇକ୍ ,ସାଇକେଲ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଥିଲା । ମୋହନାରେ ସମସ୍ତ ଦୋକାନ, ବଜାର ଖୋଲାଥିଲା । କଂଗ୍ରେସ କର୍ମୀ ତଥା ଅଡ଼‌ବା ଜିଲ୍ଲାପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ଆଦିବାସୀ ନେତା ନିର୍ମଳ ପାଲ, ଜୁନେଶ ଶବର, ଲକ୍ଷ୍ମଣ ଦଳାଇ, ମାଥ୍ୟୁ ମଣ୍ଡଳ, ଖଲିଆ ଶବର,ଶଙ୍କର ପ୍ରଧାନ, ଲକ୍ଷ୍ମଣ ବଳିଆରସିଂ, ପ୍ରଶାନ୍ତ ନାୟକ ପ୍ରମୁଖ ସାମିଲ ଥିଲେ । ଦୂରା ଦ୍ଵରାନ୍ତରକୁ ବିଭିନ୍ନ କାର୍ଯ୍ୟରେ ଯିବାକୁ ଥିବା ଯାତ୍ରାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ମୋହନା. ଅଡବା,ଚନ୍ଦ୍ରଗିରି,ଚାନ୍ଦିପୁଟ , ଲୁହାଗୁଡ଼ି ଅଂଚଳରେ ବନ୍ଦର ପ୍ରଭାବ ମୋଟାମୋଟି ଭାବେ ଆଂଶିକ ସଫଳ ହୋଇଥିଲା।

Advertisement