ପାରଳାଖେମୁଣ୍ଡି,୨୫/୧୧,(ପ୍ରଭାତ କୁମାର ପାତ୍ର) : ବ୍ରହ୍ମପୁର ଲୋକସଭା ନିବାଚନ ମଂଡଳୀରେ କଂଗ୍ରେସ ଦଳକୁ ଅଧିକ ସୁଦୃଢ କରିବା ପାଇଁ ଗୁରୁତ୍ବପୂଣ୍ନ କାଯ୍ଯକ୍ରମ ଆରମ୍ଭ ହୋଇଯାଇଛି । ଲୋକସଭା ପ୍ରାଥୀ ୱି ଚନ୍ଦ୍ରଶେଖର ନାଇଡୁ ପାରଳାଖେମୁଣ୍ଡିରେ ଏକ ବନ୍ଧୁମିଳନ କାଯ୍ଯକ୍ରମରେ ଯୋଗ ଦେଇଛନ୍ତି । ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଂଡଳୀସ୍ତରୀୟ ଏହି ବନ୍ଧୁମିଳନ କାଯ୍ଯକ୍ରମରେ ଗୁମ୍ମା,କାଶୀନଗର ଓ ଗୋଷାଣୀ ବ୍ଲକ୍ ର ଦଳୀୟକର୍ମୀ ଯୋଗଦେଇ ଅନେକ ଗୁକୁତ୍ବପୂଣ୍ନ ପ୍ରସ୍ତାବ ଦେଇଥିଲେ । ଆସନ୍ତା ମୁନିସିପାଲଟି ଓ ପଞ୍ଚାୟତ ନିବାଚନରେ ଦଳକୁ କିଭଳି ଅଧିକ ସଫଳତା ମିଳିବ ସେନେଇ ଅନେକ ପ୍ରସ୍ତାବ ଦିଆଯାଇଥିଲା । ଏହି ଅବସରରେ ଶ୍ରୀ ନାଇଡୁ ନିୟମିତ ବ୍ୟବଧାନରେ ଜିଲ୍ଲାରେ କାଯ୍ଯକ୍ରମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ପୁରୁଣା ମନୋମାଳିନ୍ୟକୁ ଭୁଲି ମିଳିତ ଭାବେ ଦଳୀୟ କାଯ୍ଯକ୍ରମକୁ ଆଗକୁ ବଢାଇବାକୁ ଉପସ୍ଥିତ କର୍ମୀଙ୍କୁ ଶ୍ରୀ ନାଇଡୁଂ ପ୍ରତିଶ୍ରୁତି କରାଇଛନ୍ତି। ପାରଳାଖେମୁଣ୍ଡି ଭଳି ଆସନ୍ତାକାଲି ମୋହନାରେ ଏକ ବନ୍ଧୁମିଳନ କାଯ୍ଯକ୍ରମ ଆୟୋଜନ କରାଯାଉଛି । ଆଗାମୀ ଦିନରେ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସମାନ ଭାବେ ବନ୍ଧୁମିଳନ କାଯ୍ଯକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ପାରଳାଖେମୁଣ୍ଡିରେ ଆୟୋଜିତ ବନ୍ଧୁମିଳନ କାଯ୍ଯକ୍ରମ ପୂବରୁ ଶ୍ରୀ ନାଇଡୁ ଗୋଷାଣୀ ବ୍ଲକର ବୁସକୁଡି ଗ୍ରାମ ପଞ୍ଚାୟତ ଗସ୍ତରେ ଯାଇ କର୍ମୀମାନଂକୁ ସାକ୍ଷାତ କରିଥିଲେ । ବନ୍ଧୁମିଳନ କାଯ୍ଯକ୍ରମରେ ଯୋଗଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସବୁ କାଯ୍ଯକ୍ରମରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା,ଶିବରାମ ପାତ୍ର,ଇଶ୍ବର ମାଝୀ,ବାରମିକ ଗମାଂଗ,ଗୋବିନ୍ଦ ପାଢୀ,ବିଷ୍ନୁ ପାଢୀ,ସଂଜୟ ଅଧିକାରୀ, ଗରୁଡ଼ ଧ୍ୱଜ ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ।
