ବଲାଙ୍ଗୀର,୨୧/୧୧,(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଂଚଳର ରେଙ୍ଗାଲି ଗ୍ରାମ ପଂଚାୟତ କପିଳବାହାଲ ଗ୍ରାମ ର ଦିବ୍ଯାଙ୍ଗ ରାଜକୁମାର ରାଉତ ଗୋଟିଏ ତିନି ଚକିଆ ସାଇକେଲ ପାଇଁ ବାରମ୍ବାର ଆବେଦନ ସତ୍ବେ ପାଇପାରୁ ନଥିଲେ । ଲୋଇସିଂହା ବିଧାୟକ ଡଃ ମୁକେଶ ମହାଲିଙ୍ଗ ଙ୍କ ହସ୍ତକ୍ଷେପ ପରେ ଦିବ୍ଯାଙ୍ଗ ରାଜକୁମାରଙ୍କୁ ବ୍ଳକ୍ ପ୍ରଶାସନ ତରଫରୁ ତିନି ଚକିଆ ସାଇକେଲ ଯୋଗାଇ ଦିଆଯାଇଛି ।