ପାରଳାଖେମୁଣ୍ଡି,୨୧/୧୧,(ପ୍ରଭାତ କୁମାର ପାତ୍ର) : ଗଜପତି : ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମଦ୍ଦ ରାଫି , ଭିଡିଓ କନଫେରସିଂ ଜରିଆରେ ପାରଳାଖେମୁଣ୍ଡି ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟର ନୁତନ କୋଠାର ଉଦଘାଟନ କରିଛନ୍ତି । ଜିଲ୍ଲା ବାସୀଙ୍କ ଦିର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି ଏହି ଅବସରରେ ନାୟିକ ପ୍ରକିୟାକୁ ଅଧିକ କ୍ରିୟାଶୀଳ ଏବଂ ସରଳ କରିବା ପ୍ରକ୍ରିୟା ଜାରି ରହିଛି। କୋର୍ଟ ନିର୍ମାଣାର ଉଦ୍ଦେଶ୍ୟ କିଭଳି ସାଧୀତ ହେବ, ସହଜରେ ସମସ୍ତ ଜନସାଧାରଣ ନାୟ ପାଇ ପାରିବେ ଏବଂ ସହରର ନିକଟବର୍ତ୍ତୀ ଅଞ୍ଚଳରେ ଗୋଟିଏ ପରିସର ମଧ୍ୟରେ ସମସ୍ତ ପ୍ରକାର ମାମଲାର କୋର୍ଟ ଚାଲିବାର ବ୍ୟବସ୍ଥା ହୋଇପାରିବ ବୋଲି କହିଛନ୍ତି ଜିଲ୍ଲା ଓ ଦୌରାଜଜ୍ ବିଶ୍ବଜିତ ଦାସ କହିଛନ୍ତି ।