ମୋହନା,୨୦/୧୦(ମୋହନ ଗୌଡ଼) : ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର,ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ଆଜି ସ୍ୱଛ ଭାରତ ପକ୍ଷ ପାଳନ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ଚାରିପଟ ସଫେଇ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ,ଅନୁଷ୍ଠାନର ସଂଯୋଜକ ରାମେଶ୍ଵର ପାତ୍ର, ଦୃଷ୍ଟିହୀନ ବିଭାଗର ଅଧ୍ୟକ୍ଷ ପଦ୍ମିନୀ ମହାନ୍ତ ଓ କର୍ମଚାରୀଗଣ ଯୋଗଦେଇଥିଲେ।