ପୋଲିସ ସହିଦ ଦିବସ

160
ADVERTISEMENT

ଗଜପତି,୨୦/୧୦(ପ୍ରଭାତ ପାତ୍ର) :ଗଜପତି ପୋଲିସ ପାଳନ କରିଛି ୬୧ତମ ସହିଦ ଦିବସ। ବେତାଗୁଡା ପୋଲିସ ରିଜର୍ଭ କାର୍ଯ୍ୟାଳୟ କୋଭିଡ ନିୟମ ଆଧାରରେ ପରିସରରେ ଆୟୋଜିତ ହୋଇଯାଇଛି କାର୍ଯ୍ୟକ୍ରମ। ଏସପି ତପନ କୁମାର ପଟ୍ଟନାୟକ ଯୋଗ ଦେଇ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦେଶର ବିଭିନ୍ନ ସ୍ଥାନରେ ସହିଦ୍ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ନାମ ଅନୁସାରେ ସ୍ମୃତି ଚାରଣ କରିଛନ୍ତି। ବିଶେଷ କରି କରୋନା ମହାମାରୀ ସମୟରେ ଯୋଦ୍ଧା ଭାବେ ସହିଦ୍ ହୋଇଥିବା ପୋଲିସ କର୍ମଚାରୀ ଏବଂ ଆକ୍ରାନ୍ତଙ୍କୁ ପ୍ଲାଜ୍ମା ଦାନ କରି ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ସ୍ମରଣ କରିଲେ ଏସ୍ପି। ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମ୍ଭାଷଣ ପଢି ଶୁଣାଇଛନ୍ତି। ଏହି ଅବସରରେ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଆଦର୍ଶ ଆଚରଣ ସହ ଜନ ସାଧାରଣଙ୍କ ସହିତ ବନ୍ଧୁତ୍ୱ ଭାବ ଜାତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଏସ୍ପି ।

Advertisement