୬ କୁଇଣ୍ଟାଲ ଗଞ୍ଜେଇ,କଣ୍ଢେନର ଓ ବାରକ ଜବତ, ୪ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସହ ୬ ଗିରଫ

765
ADVERTISEMENT

ମୋହନା,୧୭/୧୦(ମୋହନ ଗୌଡ଼ ) : ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ଦୃଢ ମନୋବଳ ଓ ଇଚ୍ଛା ଶକ୍ତିର ଆଗ୍ରହ ଯୋଗୁଁ ଗଜପତି ଜିଲ୍ଲାରେ ବଢି ଚାଲିଥିବା ବେଆଇନ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନେଇଥିବା ସଂକଳ୍ପ ଦିନକୁ ଦିନ ସଫଳ ହେବାରେ ଲାଗିଛି । ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ ୩୦ରେ ଏସପି ଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୋହନା ଥାନା ଅଧିକାରୀ ସୁଜିତ୍ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଏସଆଇ ସିନ୍ଧୁ ସାର୍କା ଓ କର୍ମଚାରୀମାନେ ଚାନ୍ଦିପୁଟ-ତରାମାଳ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ ଚାନ୍ଦିପୁଟ ରାସ୍ତାଦେଇ ବ୍ରହ୍ମପୁର ଆଡ଼କୁ ଯାଉଥିବା ଏକ କଣ୍ଟେନର ଗାଡ଼ି ନଂ-ଏବଆର ୫୫ଏମ ୫୯୨୭କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚବେଳେ ଟ୍ରକର ଡାଲା ମଧ୍ୟରେ ରହିଥିବା ଏକ ଗୁପ୍ତ କୋଠରୀ ମଧ୍ୟରୁ ୨୧ଟି ଜରି ବସ୍ତାରେ ଗଞ୍ଜେଇ ଉର୍ତି ହୋଇ ରହିଥିଲା । ସ୍ଥାନୀୟ ବିଡ଼ିଓ ବଂଶୀଧର ଖୋସ୍କାଙ୍କ ଉପସ୍ଥିତିରେ ଗଂଜେଇ ବସ୍ତ୍ରାଗୁଡ଼ିକୁ ଓଜନ କରାଯିବାରୁ ସମୁଦାୟ ପରିମାଣ ୬ କୁଇଣ୍ଟ।ଲ ୧୦ କିଲେ। ୭୦୦ ଗ୍ରାମ ହୋଇଥିଲା । ଯାହାର ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ ବୋଲି ଆଇଆଇସି ଶ୍ରୀ ନାୟକ କହିଛନ୍ତି । ଗଂଜେଇନେଇ ଯାଉଥିବା ଟ୍ରକଟିକୁ ଏସ୍କର୍ଟ କରି ନେଉଥିବା ଏକ ବାଇକକୁ ମଧ୍ୟ ଫୁଲିସ୍ ଜବତ କରିଛି। ଏହି ଚୋରା ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ହରିୟାଣା ରାଜ୍ୟର ବିନୋଦ କୁମାର ଶର୍ମା, ଜୟପାଳସିଂ, ସୁରେଶ କାଶ୍ୟପ,ବାଳକ ରାମ ଓ ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଅଞ୍ଚଳର ମନୋଜ ବୀର ଓ ସୁକାନ୍ତ ମାଝୀ । ସମସ୍ତ ୬ ଜଣ ଗଞ୍ଜେଇ ମାଫିଆଙ୍କ ବିରୋଧରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଗଞ୍ଜେଇ ସବୁ ଶିକୁଳିପଦର ଅଂଚଳରୁ ସଂଗ୍ରହୀତ ହୋଇ ହରିୟାଣା ଚାଲାଣ ହେଉଥିଲା ବୋଲି ଥାନା ପକ୍ଷରୁ କୁହାଯାଇଛି ।

Advertisement