ମୋହନା,୧୬/୧୦(ମୋହନ ଗୌଡ଼) : ଗଜପତି-ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟି ନିକଟ ପାଳୁ ଖୋଳା ୟୂଟର୍ଣ୍ଣରେ ଭାରସାମ୍ୟ ହରାଇ ଗଜପତି ଜିଲ୍ଲା ରାମଗିରି,ରା ଉଦୟଗିରି, ଚନ୍ଦ୍ରଗିରି, ଚାନ୍ଦିପୁଟ ଓ ଜିରାଙ୍ଗ ଅଂଚଳରୁ ୬୦ ଜଣ ଛାତ୍ରୀଙ୍କୁ ଓଜେଇଇ ପରିକ୍ଷା ଦେବାକୁ ଭୁବନେଶ୍ଵର ହାଇଟେକ୍ କଲେଜର ଏକ ବସ ନମ୍ବର ଓ ଆର ୦୨ ବିଏସ ୦୨୬୮ ଆସୁଥିବା ବେଳେ ବ୍ରେକଫେଲ ଯୋଗୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗୁରୁତର ମାନଙ୍କୁ ବ୍ରହ୍ମପୁର ମେଡିକଲ ସ୍ଥାନାନ୍ତର କରାଯାଇଛି ।ଘଟଣାସ୍ଥଳରେ ପାଟପୁର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛ । ସମସ୍ତ ଛାତ୍ରଛାତ୍ରୀ ଖୋର୍ଦ୍ଧା ଓ ଭୁବନେଶ୍ଵରରେ ପରୀକ୍ଷା ଦେବା ନିମନ୍ତେ ଯାଉଥିଲେ ।
