ମୋହନା,୧୬/୧୦(ମୋହନ ଗୌଡ଼) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ମୋହନା ବିଜେଡ଼ି ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ସ୍ଵେଛାକୃତ ରକ୍ତ ବାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭକ୍ତ ଶିବିରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ । ବିଡିଓ ବଂଶୀଧର ଖୋସ୍କ। ,ଗଜପତି ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜିକା ଇନ୍ଦିର। ପଟ୍ଟନାୟକ , ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ଯୁବ ବିଜେଡ଼ି ସଭାପତି ଏସ୍.ଲିଙ୍ଗରାଜ, ନଗର ବିଜେଡ଼ି ସଭାପତି ସତ୍ୟନାରାୟଣ ରାଜଗୁରୁ, ଛାତ୍ର ବିଜେଡି ସଭାପତି ବିଶ୍ଵଜିତ ତ୍ରିପାଠୀ, ରାଜଜେମା କଲ୍ୟାଣୀ ଦେବୀ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଅନୁର୍ଯ୍ୟାମୀ ଗମାଙ୍ଗ, ଓକିଲ ରାଜେନ୍ଦ୍ର ନାୟକ, ସୀମାଞ୍ଚଳ କାର୍ଯୀ, ରାମ ଦଳବେହେରା, ବାଲୋନ୍ତିନ ମାଝୀ, ପୂର୍ଣ୍ଣବାସୀ ନାୟକ, ଯୁବନେତା ଫିରୋଜ ପଟ୍ଟନାୟକ ଓ ବ୍ଳକ୍ ବିଜେଡି ସଭାପତି ରଂଜୀବ ଶବର ଆବି ବହୁ ନେତା ଉପସ୍ଥିତ ରହି ଶିବିରକୁ ସୁପରିଚାଳନା ଏବଂ ସହଯୋଗ କରିଥିଲେ । ପାରଳାଖେମୁଣ୍ଡି ବ୍ଳଡ ବ୍ୟାଙ୍କର ଡଃ. ଏନ୍. ରବିବାବୁ ଓ କର୍ମଚାରୀମାନଙ୍କ ତତ୍ତ୍ଵାବଧାନରେ ୧୦୦ ୟୁନିଟ ରକ୍ତ ସଂଗ୍ରହୀତ ହୋଇଥିଲା ।
