ପାରଳାଖେମୁଣ୍ଡି ,୧୫/୧୦(ପ୍ରଭାତ ପାତ୍ର ) : ଲଗାଣ ବର୍ଷାରେ ପାହାଡ଼ ଧସି ରାସ୍ତା ଅବରୋଧ। ଗଜପତି ଜିଲ୍ଲା ନାମନଗଡ ଠାରୁ ଅଜୟଗଡ ରାସ୍ତାରେ ଧସିଛି ପାହାଡ଼। ପାରଳାଖେମୁଣ୍ଡି ଠାରୁ ଅଜୟଗଡର ମୂଖ୍ୟ ରାସ୍ତାରେ ପାହାଡ଼ ଧସି ପଡ଼ିଛି ଅତଡା। ଫଳରେ ତିନୋଟି ପଞ୍ଚାୟତକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ସମୟ ସମୟ ମଧ୍ୟରେ ଏବେବି ଅଞ୍ଚଳରେ ଲାଗିରହିଛି ବର୍ଷା। ପ୍ରଶାସନ ପାଖରେ ଖବର ନଥିବାରୁ ଆରମ୍ଭ ହୋଇପାରିନି ଉଦ୍ଧାର କାର୍ଯ୍ୟ। ଜରୁରୀ ପରିସ୍ଥିତିରେ ବାଇକ ଯୋଗେ କଷ୍ଟକର ରାସ୍ତା ଅତିକ୍ରମ କରୁଛନ୍ତି ଲୋକେ। ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାହାଡ଼ ଧସି ଜନଜୀବନ ପ୍ରଭାବିତ ହୋଇଛି। ଘାଟ ରାସ୍ତାରେ ଠାଏ ଠାଏ ପଡ଼ି ରହିଛି ଅତଡା। ତେବେ ଯଥା ଶୀଘ୍ର ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ପଥର ମାଟି ଅତଡା ସଫା କରିବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅଞ୍ଚଳର ଅଜୟଗଡ, ଭୁବନୀ ଓ ପଞ୍ଚାୟତର ଶତାଧିକ ଗ୍ରାମକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରହିଛି।

