ପାରଳାଖେମୁଣ୍ଡି,୫/୧୦,( ପ୍ରଭାତ କୁମାର ପାତ୍ର ): କରୋନା ସଙ୍କଟ ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ। ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛି ବିଜେପି। ପାରଳାଖେମୁଣ୍ଡି ସହରରେ ବିଦ୍ୟୁତ ସରବରାହ ଠିକ୍ ରହୁନଥିବା ବେଳେ, ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରାଯାଇଛି। ରାଜ୍ୟରେ ବଡ଼ବଡ଼ କମ୍ପାନୀ ମାନଙ୍କୁ ଅନୁକମ୍ପା ଦେଖାଇ ବକେୟାର ଚାପ ସାଧାରଣ ଖାଉଟି ଉପରେ ପକାଯାଉଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏହା ପ୍ରତ୍ୟାହୃତ କରିବା ସହ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ।