ବଲାଙ୍ଗୀର,୧/୧୦(ସୁନୀଲ ତ୍ରିପାଠୀ) : ୟୁ.ପିର ଝିଅ ମନୀଷାଙ୍କୁ ଗଣବଳତ୍କାର ଓ ପରେ ତାଙ୍କ ମୃତ୍ୟୁ ଘଟଣା ରେ ଗତକାଲି “କମ୍ରେଡ୍ ” ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ଏକ କ୍ଯାଣ୍ଡେଲ୍ ମାର୍ଚ୍ଚ ହୋଇଯାଇଛି । ସମସ୍ତ ଦୋଷୀ ମାନଙ୍କ ବିରୋଧରେ ଶୀଘ୍ର କଠୋର ପଦକ୍ଷେପ ନେବାକୁ ମଧ୍ୟ ଦାବୀ କରାଯାଇଛି । ଏହି କ୍ଯାଣ୍ଡେଲ ମାର୍ଚ୍ଚରେ ସୂରଜ ନନ୍ଦ, ସିମନ ପାଲ୍, ସୌମ୍ଯରଂଜନ ମହାରଣା, ବିଶ୍ବ ପ୍ରିୟ ପଧାନ ତଥା ତାଙ୍କର ଆଉ ଅନେକ ସହଯୋଗୀ ସାମିଲ ଥିଲେ ।