ପାରଳାଖେମୁଣ୍ଡି ଜିଲ୍ଲାର ଆସିଲା ସେରୋ ସର୍ଭେ ରିପୋର୍ଟ

124
ADVERTISEMENT

ପାରଳାଖେମୁଣ୍ଡି,୩୦/୯(ପ୍ରଭାତ କୁମାର ପାତ୍ର) : ଆସିଲା ଜିଲ୍ଲାର ସେରୋ ସର୍ଭେ ରିପୋର୍ଟ। ମୋଟି ମୋଟି ଭାବରେ ୬୫ ପ୍ରତିଶତ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ତଥ୍ୟ ଅନୁସାରେ ଜଣାପଡିଛି। ଅଧିକ ସମ୍ବେଦନଶୀଳ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୪୦ରୁ ୮୫ ପ୍ରତିଶତ ରହିଥିବା ସର୍ଭେରୁ ଜଣାପଡିଥିବା ବେଳେ ସାଧାରଣ ବର୍ଗଙ୍କ ମଧ୍ୟରେ ଏହା ହାରାହାରି ୫୯ ପ୍ରତିଶତ ରହିଥିବା ସୁଚନା ମିଳିଛି। ପୁରୁଷଙ୍କ ମଧ୍ୟରେ ୫୩.୧ ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ଶତକଡା ୬୫.୯ ରହିଛି। କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ୫୧ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷ କରି ୪୦ ବର୍ଷରୁ କମ୍ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଏହା ଆଶାତୀତ ବୃଦ୍ଧି ପାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା । ପାରଳାଖେମୁଣ୍ଡି ମୁନିସିପାଲିଟି ଅଞ୍ଚଳରେ ଚଳିତ ମାସ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ହୋଇଥିଲା ଏହି ସର୍ଭେ କାର୍ଯ୍ୟକ୍ରମ। ଏଥିରେ ମୋଟ ୧୫୧୫ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସାଧାରଣ ବର୍ଗଙ୍କ ମଧ୍ୟରୁ ୯୮୪ ଓ ଅଧିକ ସମ୍ବେଦନଶୀଳ ତଥା ଆଶଂକା ଥିବା ବର୍ଗରୁ ୫୩୨ ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ନିଆଯାଇଥିଲା। ଆଜି ଆର୍ ଏମ୍ ଆର୍ ସି, ଭୁବନେଶ୍ୱର ଠାରୁ ପରୀକ୍ଷା ତଥ୍ୟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
ଜିଲ୍ଲାରେ କରୋନା ସ୍ଥିତି ସ୍ବଭାବିକ ହେଉଥିବା ବେଳେ ଏହି ସର୍ଭେ ରିପୋର୍ଟକୁ ଆଧାର କରି ଆର୍ ଏମ୍ ଆର୍ ସିର ତଥା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପରବର୍ତ୍ତୀ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Advertisement