ନୂଆଦିଲ୍ଲୀ, ୨୩-୦୯-୨୦୨୦(ପିଆଇବି): ଦେଶରେ ଦୈନିକ କରୋନା ନମୁନା ପରୀକ୍ଷା ୧୨ ଲକ୍ଷ ଅତିକ୍ରମ କରିଛି । ଏପର୍ୟ୍ୟନ୍ତ ଦେଶରେ ମୋଟ ୬.୬ କୋଟିରୁ ଅଧିକ ନମୁନା ପରୀକ୍ଷା ହୋଇସାରିଲାଣି । ଅଧିକରୁ ଅଧିକ ପରୀକ୍ଷା ଯୋଗୁଁ ସଂକ୍ରମିତ ମାମଲାଗୁଡିକ ସଅଳ ଚିହ୍ନଟ ହୋଇପାରୁଛି । ଅନୁଧ୍ୟାନ ଅନୁସାରେ କ୍ରମଶଃ ସଂକ୍ରମିତ ମାମଲାଗୁଡିକ ମଧ୍ୟ ହ୍ରାସ ପାଇବ ।
ଅଧିକରୁ ଅଧିକ ପରୀକ୍ଷା ଯୋଗୁଁ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ଅଧିକ ପରୀକ୍ଷା ହେଉଥିବା ବେଳେ ପଜିଟିଭ ହାର ମଧ୍ୟ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ବର୍ତ୍ତମାନ ନିୟୁତ ପିଛା ୪୮,୦୨୮ ନମୁନା ପରୀକ୍ଷା କରାଯାଉଥିବା ବେଳେ ଜାତୀୟ ସଂକ୍ରମଣ ହାର ଶତକଡା ୮.୫୨ ରହିଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩,୩୪୭ ନୂତନ ମାମଲା ଆସିଥିବା ବେଳେ ସେଥିରୁ ଶତକଡା ୭୪ ଭାଗ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାପଡିଛି । କେବଳ ମହାରାଷ୍ଟ୍ରରୁ ୧୮,୦୦୦ ହଜାରରୁ ଅଧିକ ସଂକ୍ରମିତ ବାହାରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ୭,୦୦୦ ଓ କର୍ଣ୍ଣାଟକରୁ ୬,୦୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ୧,୦୮୫ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଶତକଡା ୮୩ ଭାଗ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୩୯୨ ଜଣ ପ୍ରାଣ ହରାଇଥିବା ବେଳେ କରନାଟକରେ ୮୩ ଓ ଉତାରପ୍ରଦେଶରେ ୭୭ ଜଣଙ୍କର ପ୍ରାଣହାନୀ ଘଟିଛି ।