କଦଳୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ୪ ଅନ୍ତର୍ଜାତୀୟ ମାଫିଆ ଗିରଫ ଓ ୨ ଗାଡ଼ି ଜବତ

167
ADVERTISEMENT

ମୋହନା,୮/୯( ମୋହନ ଗୌଡ଼): ଗଞ୍ଜେଇର ଭୂସ୍ବର୍ଗ ମୋହନା ବ୍ଲକରେ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ପାଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଛି |ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ କଡା ନିର୍ଦେଶ ଏବଂ ମୋହନା ଓ ଅଡ଼ବା ପୋଲିସର ଜୋରଦାର ପେଟ୍ରୋଲିଙ୍ଗ ଦ୍ୱାରା ଗତ କିଛି ମାସଧରି କୋଟିଏ ଟଙ୍କାର ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଗାଡ଼ି ଓ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ କିଛି ମାଫିଆ ଗଳାବାଟ ଦେଇ ଗଞ୍ଜେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ଶୁଣିବାକୁ ମିଳୁଛି । ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ରାତ୍ରି କାଳୀନ ପେଟ୍ରୋଲିଙ୍ଗ ସମୟରେ ମୋହନା ଥାନା ଅନ୍ତର୍ଗତ ପଥର ଗଡ଼ ଗ୍ରାମରେ ଗଞ୍ଜେଇ ଗାଡ଼ିକୁ ବାଟ କଢାଇ ନେଉଥିବା କାର ନମ୍ବର ଡ଼ିଏଲ୩ସିବିଜି୫୭୫୮ ସହିତ ଏକ କଦଳୀ ବୋଝେଇ ଟ୍ରକ ନମ୍ବର ୟୁପି ୮୬ଟି ୪୫୨0 ପୋଲିସ ସନ୍ଦେହରେ ଉଭୟଙ୍କୁ ଅଟକାଇ ଥିଲେ। ଟ୍ରକ ମଧ୍ୟରୁ ଯାଞ୍ଚ ବେଳେ ୫୩0କିଲୋ ଗଞ୍ଜେଇ ଜବତ କରିବାସହ ଗଞ୍ଜେଇ ମାଫିଆ ଉତ୍ତର ପ୍ରଦେଶ ରାଜ୍ୟ ଆଗ୍ରା ଜିଲ୍ଲାର ନୁର ଇସଲାମ ନାସିରୁଦିନ ଖାନ, ଗୁଲସନ ମଲିକ, ବିଜୟ ସିଂକୁ ଗିରଫ କରିଥିଲେ ।ଏମାନେ ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁରୁ ଗ୍ରାମରୁ ଗଞ୍ଜେଇ ସଂଗ୍ରହ କରି ଆଇଚେର ଗାଡ଼ିରେ ଆଗ୍ରା ନେଉଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି । ମୋହନା ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସଂଘମିତ୍ରା ଦେବିଙ୍କ ଉପସ୍ଥିତରେ ଗଞ୍ଜେଇ ସିଜ କରିବା ସହ ଗିରଫ ହୋଇଥିବା ଚାରିଜଣଙ୍କୁ ଏକ ମାମଲା ନମ୍ବର ୧୩୭ /20ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ଏହି କେଶଟି ସିନ୍ଧୁ ସାରକା ତଦନ୍ତ ଭାର ନେଇଛନ୍ତି ।

Advertisement