ବସ୍ ଷ୍ଟାଣ୍ଡ ଭିତରେ ପିଲାଙ୍କ ଅନ୍ଲାଇନ ପାଠପଢା

138
ADVERTISEMENT

ଗଜପତି,୩/୯(ପ୍ରଭାତ ପାତ୍ର): ଗଜପତି ଜିଲ୍ଲା R. ଉଦୟଗିରି ବସ୍ ଷ୍ଟାଣ୍ଡ ଭିତରେ ପିଲାଙ୍କ ଅନ୍ଲାଇନ ପାଠ ପଡ଼ିବା। ପିଲାମାନେ ନିଜ ଘରେ ପାଠ ପଡ଼ିବାର ସୁବିଧା ହେଉନଥିବାରୁ ପିଲାଏ ୨୫ କିଲମିଟର ବାଟ ଚାଲି ଚାଲି ବା ଅଟୋ ଭଡା କରି ଆସୁଥିବାର ଦେଖିବାକୁ ମିଳିଛି । ପିଲାମାନଙ୍କ ଘର ହାତିଗଡ, ଲୋଥର,ସାରଳା ପଦର,ପରିମଳ,ଲିବିରିଗୁଡ଼ା, ନୁଆପଲି, ମହୁଲପଡ଼ା,ଏବଂ ଆଦର୍ଶ ବିଦ୍ୟାଳୟ ପରିମଳର ପିଲାମାନେ। ଅନ୍ ଲାଇନ୍ ପାଠ ପଡ଼ିବା ସୁବିଧା ହେଉଥିଲେ ମଧ୍ୟ ମୋବାଇଲର ନେଟୱର୍କ ସୁବିଧା ପାଇ ପାରୁନଥିବାରୁ R.ଉଦୟଗିରି ଆଖ ପାଖର ପିଲାମାନେ ୨୫ କିଲୋମିଟର ଦୂରରୁ ଆସି ବସଷ୍ଟାଣ୍ଡରେ ପାଠ ପଡ଼ିବାର ସାମ୍ନାକୁ ଆସିଛି । ପିଲା କହିବା କଥା ସରକାର ଯାହା କରୁଛନ୍ତି ଭଲ କିନ୍ତୁ ପାଖରେ ମୋବାଇଲ ଟାୱାର ନଥିବାରୁ ଆମେ ବହୁତ ଅସୁବିଧାରେ ପୋଡୁଚୁ। ଯଦି ଆମ ଘର ପାଖରେ ଟାୱାର ସୁବିଧା ମିଳନ୍ତା ତାହେଲେ ଆମେ ଆମ ନିଜ ଘରେ ବସି ପାଠ ପଡ଼ିଥାନ୍ତୁ।ଆମେ ୨୫ km ଆସିବା ପାଇଁ ଆମ ସହ ଘରର ମା କିମ୍ବା ବାପା ସାଥିରେ ଆସିବାକୁ ପଡୁଛି।ଘରର କାମ ଗୁଡ଼ିକ ରହି ଯାଉଛି ଆଜି ଓଡ଼ିଆ ପରୀକ୍ଷା ଥିବାରୁ ସକାଳୁ ସକାଳୁ ଆସିବାକୁ ପଡିଛି। ସେପଟେ ଘରର କାମ ଥିଲେ ମଧ୍ୟ ଆମ ସହ ମା ଆସିବାକୁ ପଡ଼ିଛି।ସରକାର ଯଦି ଆମ ଉପରେ ଟିକେ ନଜର ଦିଅନ୍ତେ ତାହେଲେ ଆମେ ଅସୁବିଧରୁ ବଞ୍ଚିତ ରୁହନ୍ତୁ । ନିଜର ମୋବାଇଲ ନଥିଲେ ମଧ୍ୟ ଅନ୍ୟ ଜଣଙ୍କର ମୋବାଇଲରେ ପାଠ ପଡ଼ିବାକୁ ପଡୁଛି । କରନା ମହାମାରୀ ଚାଲିଥିବାରୁ ଘରେ ମଧ୍ୟ ପଡ଼ିବା ପାଇ ବାହାରକୁ ପଠେଇବାକୁ ଡରୁଛନ୍ତି । ମାଷ୍କ୍ ଓ ସାନିଟାଇଯର ପାଖରେ ରଖି ଅନ୍ ଲାଇନ୍ ରେ ପାଠ ପଡ଼ିବାକୁ ପଡୁଛି ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି । ଆମେ କହିବା କଥା ଯଦି ସରକାର ଏମାନଙ୍କ ଉପରେ ଟିକେ ନଜର ଦିଅନ୍ତେ ତାହେଲେ ପିଲାମାନେ ଆହୁରି ଆଗକୁ ଭଲ ପାଠ ପଡ଼ିପାରନ୍ତେ।ଦେଖିବାକୁ ବାକି ରହିଲା ସରକାର ଛାତ୍ର ଛାତ୍ରୀଙ୍କ କଥାକୁ କେତେ ଗୁରୁତ୍ଵ ଦେଉଛନ୍ତି ।

Advertisement