ବଲାଙ୍ଗୀର,୨୪/୮,(ସୁନୀଲ ତ୍ରିପାଠୀ ) : ବଲାଙ୍ଗୀର ସହରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ୯୨ ବର୍ଷ ବୟସରେ ତାଙ୍କ ଟିକ୍ରାପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାହୁଙ୍କ ବଡପୁଅ ଡା.ନରେନ୍ଦ୍ର ସାହୁ ବଲାଙ୍ଗୀର ସହର ଜଣେ ସୁପ୍ରତିଷ୍ଠିତ ଡାକ୍ତର । ସେହିପରି ତାଙ୍କର ଅନ୍ୟ ଦୁଇ ପୁଅ ଦେବେନ୍ଦ୍ର ସାହୁ ଓ ରବୀନ୍ଦ୍ର ସାହୁ ମଧ୍ୟ ଜଣେ ଜଣେ ସଫଳ ବ୍ୟବସାୟୀ । ସେ ଗନ୍ଧରେଲ ଠାରେ ଥିବା ଅନାଥା ଆଶ୍ରମର ପ୍ରତିଷ୍ଠାତା ହୋଇଥିବା ବେଳେ ରେଳୱେ ଷ୍ଟେସନ ନିକଟରେ ଜନସାଧାରଣଙ୍କ ପାଇଁ ହରିହର ଜନକଲ୍ୟାଣ ମଣ୍ଡପ ନିର୍ମାଣ କରିଥିଲେ । ବିଭିନ୍ନ ସମୟରେ ସେ ଗରୀବ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଥିଲେ । ସ୍ୱର୍ଗତ ସାହୁଙ୍କ ମୃତ୍ୟୁରେ ସମଗ୍ର ସହରରେ ଶୋକର ଛାୟା ଖେଳାଇ ଯାଇଛି ।