ସ୍ଲଗ-ଗାଡି ସହ ୩0 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ଦୁଇ ଅଭିଯୁକ୍ତ ଗିରଫ

121
ADVERTISEMENT

ଗଜପତି,୧୭/୮(ପ୍ରଭାତ କୁମାର ପାତ୍ର) : ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ଗଂଜେଇ ଓ ଗାଡି ସହ ଅଭଯୁକ୍ତଙ୍କୁ ଗିରଫ କରିବାରେ ବହୁବାର ସଫଳତା ହାସଲ କରୁଛି ।ତଥାପି ଗଂଜେଇ ବ୍ୟବସାୟୀ ମାନେ ନିର୍ଭୟର ସହ ଏହି ବେପାରକୁ ଚଳାଇ ଆସୁଛନ୍ତି । ଯେତେ ଧରପଗଡ଼ ହେଉଥିଲେ ମଧ୍ୟ ମାଫିଆଙ୍କ ସାମାନ୍ୟ ତମ ଡ଼ର ନାହିଁ । ଆଜି ପୁଣି ଗଜପତି ଜିଲ୍ଲା ମୋହନା ପୋଲିସ ଗଂଜେଇ ଚାଲାଣ ଅଭିଯୋଗରେ ଗଂଜେଇ ଓ ଗାଡି ସହ ଦୁଇଜଣ ଙ୍କୁ ଗିରଫ କରିଛି ।ସେମାନେ ହେଲେ ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ରଣାଲଇ ଗ୍ରାମର ପାଉଲ ପାଣି ଓ ଅନୁଗ୍ରହ ଲିମା । ସୂଚନା ପ୍ରକାରେ ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୋହନା ପୋଲିସ ଚାନ୍ଦିପୁଟ ଓ ଲୁହାଗୁଡି ମଧ୍ୟରେ ପେଟ୍ରୋଲିଂ କରୁଥିବା ବେଳେ କଳାମେରି ଗ୍ରାମ ନିକଟରେ ଚାନ୍ଦିପୁଟ ପଟୁ ଆସୁଥିବା ଟାଟା ଡାୟକର ଗାଡି ନମ୍ବର OD 05 Z 9444 କୁ ଅଟକାଇ ତଲାସୀ କରିବା ରେ ତେର ବସ୍ତା ଗଂଜେଇ ପାଇଥିଲେ ।ମୋହନା ବିଡିଓ ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯିବାରେ ୩୯୧ କେଜି ୭00 ଗ୍ରାମ ହୋଇଥିଲା । ଯାହାର ବଜାର ମୂଲ୍ୟ ୩0 ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ମୋହନା ଥାନା IIC ସୂଜିତ୍ ନାୟକ ।

Advertisement