ପାରଳାଖେମୁଣ୍ଡି,୧୬/୦୮,(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ମୁନିସିପାଲିଟି ଲକ୍ଷ୍ମୀନଗର ଅଞ୍ଚଳ ନାଳରେ ଯୁବକର ମୃତ ଦେହ ଠାବ, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ଧନ ଜାନି , ତାର ଘର ରାଣିପଦ୍ମାବତ୍ତି ସାହି ଅଞ୍ଚଳରେ ।ମିଳିଥିବି ସୁଚନା ପ୍ରକାରେ ନିକଟସ୍ଥ କୁକୁଡା ଫାର୍ମରେ ଦିର୍ଘ ବର୍ଷ ଧରି କାମ କରୁଥିଲେ । ମୃତ୍ୟୁର କାରଣ ସ୍ୱଷ୍ଟ ହୋଇନଥିବା ବେଳେ ନିଶାସକ୍ତ ଅବସ୍ଥାରେ ପଡି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।