ବଲାଙ୍ଗୀର ,୧୩/୦୮,(ସୁନୀଲ ତ୍ରିପାଠୀ) : କରନା ସଂକ୍ରମଣକୁ ଆଖିଆଗରେ ରଖୀ ସାମାଜିକ ଦୂରତ୍ୱକୁ ବଜାୟ ରଖି ବଲାଙ୍ଗୀର ହରିହର ନରସିଂହୋମ୍ ଠାରେ ବି.ଡି.ପି.ସି.ଏ ତରଫରୁ ଏକ କାର୍ଯ୍ୟକାରୀନୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ଡ଼ଃ .ନରେନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଆଗାମୀ ଦିନରେ ସଂଘ ତରଫରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏ ମାସ ୮ ତାରିଖରେ ସରକାରୀ ଭୀମଭୋଇ ହସ୍ପିଟାଲରେ କାର୍ଯ୍ୟରତ କରୋନା ଯୋଦ୍ଧା ଡାକ୍ତର ସୀମାଞ୍ଚଳ ଡାକୁଆଙ୍କୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଥିଲେ ତାଙ୍କୁ ତୁରନ୍ତ nsa ରେ ଗିରଫ କରାଯାଉ ଓ ଡାକ୍ତର ମାନଙ୍କୁ ସରକାର ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବେ କିପରି ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପ ସଭାପତି ଶ୍ରୀମନ୍ତ ପଣ୍ଡା ସଂମ୍ପାଦକ ରାଜକୁମାର ଅଗ୍ରୱାଲ୍ କାର୍ଯ୍ୟକାରୀ ସଂମ୍ପାଦକ ସୃତି ରଞ୍ଜନ ଦାସ୍.କୋଷାଧ୍ୟକ୍ଷ ଦୀପକ ଜୈନ,ସଂଜୀବ ମିଶ୍ର,ଦୁର୍ଗା ପାଣିଗ୍ରାହୀ ,ସଂଜୟ ପଟେଲ RDA ସଭାପତି ଦରବିନ୍ଦ ଝା, ସଂଜୀବ ନାୟକ ଓ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସଭାକୁ ସାଫଲ୍ଯ କରିଥିଲେ ।