ପୁଣି ଅଲୋଡା ହେଲା ଶିଶୁ କନ୍ୟା,

129
ADVERTISEMENT

ପାରଳାଖେମୁଣ୍ଡି,୧୩/୦୮,(ପ୍ରଭାତ କୁମାର ପାତ୍ର) : ପୁଣି ଅଲୋଡା ହେଲା ଶିଶୁ କନ୍ୟା, ଘଟଣା ଘଟିଛି ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଛଅ ମାଇଲ ନିକଟରେ ଏକ ବୁଦାରେ ନବଜାତ ଶିଶୁ ପଡିରହିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନେକ ଦମ୍ପତି ଏହି ଖବର ପାଇ ଶିଶୁଟିକୁ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଅମାନୁଷିକ ଭାବେ ଜନ୍ମଦାତ୍ରୀ ମାଆ କିଭଳି ଭାବରେ ଛୁଆ ଫୋପାଡ଼ି ଦେଲେ ତାକୁ ନେଇ ଉଠୁଛି ପ୍ରଶ୍ନ ।

Advertisement