ପାରଳାଖେମୁଣ୍ଡି,୩୦/୦୭(ପ୍ରଭାତ କୁମାର ପାତ୍ର ) : ଶ୍ୟାମ ସୁନ୍ଦର ରାଜଗୁରୁ ବିଦ୍ୟାଳୟ ମଧ୍ୟରେ ଥିବା ରୋଷେଇ ଗୃହ ତୁରନ୍ତ ମରାମତି କରି ନୂତନ ଭାବେ ନିର୍ମାଣାଧୀନ ରୋଷେଇଗୃହକୁ ବନ୍ଦ କରିବାକୁ ଅନୁରୋଧ ।ବିଦ୍ୟାଳୟର ସମ୍ମୁଖ ଭାଗରେ ରହିଥିବା ସ୍ଥାନଟି ବଗିଚାର ସୌନ୍ଦର୍ଜ୍ୟିକରଣ ଲାଗି ଉର୍ଦ୍ଧିଷ୍ଟ , କିନ୍ତୁ କିଛି ସରକାରୀ କର୍ମଚାରୀ ଉନ୍ନତିକରଣ ନାମରେ ସରକାରୀ ଯୋଜନା ର ଅପବ୍ୟବହାର କରି ବଗିଚା ପାଇଁ ଉର୍ଦ୍ଧିଷ୍ଟ ସ୍ଥାନରେ ନୂତନ ଭାବେ ଏକ ରୋଷେଇଗୃହ ନିର୍ମାଣ କରୁଛନ୍ତି ଯାହାକି ବିଦ୍ୟାଳୟର ସୌନ୍ଦର୍ଯ୍ୟ ଏବଂ ପରିବେଶ ଉପରେ ପ୍ରଭାବ ପକାଉଛି ।
ପ୍ରକାଶ ଥାଉକି ଏହି ବିଦ୍ୟାଳୟରେ ଏକ ରୋଷେଇଗୃହ ରହିଛି ଯାହାର କିଛି ମରାମତି କାର୍ଯ୍ୟ ର ଆବଶ୍ୟକତା ରହିଛି ଏବଂ ସ୍ୱଳ୍ପ ଖର୍ଚ୍ଚରେ ଏହା ସମ୍ଭବପର ହୋଇପାରିବ , ଏହା ଦ୍ୱାରା ସରକାରୀ ସମ୍ପତ୍ତି କମ ଖର୍ଚ୍ଚରେ ରୋଷେଇଗୃହ ହେବା ସଙ୍ଗେ ବିଦ୍ୟାଳୟ ମଧ୍ୟରେ ବଗିଚାର ସୌନ୍ଦର୍ଜ୍ୟିକରଣ ମଧ୍ୟ ହୋଇପାରିବ , ତେଣୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ତୁରନ୍ତ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।