ଗଜପତି,୨୮/୭,(ପ୍ରଭାତ କୁମାର ପାତ୍ର) : ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଙ୍କ୍ରମିତଙ୍କ ସଂଖ୍ୟା ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗାଇଡଲାଇନ ପ୍ରକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ତଥାପି ସ୍ଥିତିରେ ସୁଧାର ଆସିବା ବଦଳରେ ସ୍ଥିତି ଆହୁରି ଗମ୍ଭୀର ଓ ଆହୁରି ଭୟଙ୍କର ହେବାରେ ଲାଗିଛି ଯାହାକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି ପୁର୍ବରୁ ଲକଡାଉନ ସାଙ୍ଗକୁ ସପ୍ତାହରେ ଦୁଇ ଦିନିଆ ସଟଡାଉନ ଜାରି ରହିଥିବା ବେଳେ ସପ୍ତାହରେ ଚାରିଦିନ ସଟଡାଉନ ଘୋଷଣା କରିଛି ପ୍ରଶାସନ । ସପ୍ତାହର ତିନିଦିନ ସୋମ , ମଙ୍ଗଳ ଓ ବୁଧବାର ଲକଡାଉନ ସାଙ୍ଗକୁ କଟକଣା ଭିତରେ ସକାଳ 7ଘଣ୍ଟା ଠାରୁ ଅପରାହ୍ନ 2 ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ଅନୁମତି ରହିଛି। କିନ୍ତୁ ଆସନ୍ତା 30 ତାରିଖ ଗୁରୁବାର ଠାରୁ ଅଗଷ୍ଟ 2 ତାରିଖ ରବିବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛି, ଆଗକୁ ପ୍ରତେକ ସପ୍ତାହର ଚାରିଦିନ ସମାନ ଭାବରେ ସଟଡାଉନ ଜାରି ରହିବ ଏହିଭଳି ନିଷ୍ପତି ଗ୍ରହଣ କରିଛି ପ୍ରଶାସନ । ପାରଳାଖେମୁଣ୍ଡି ସହର , କାଶୀନଗର ଏନଏସି ସମେତ ସମସ୍ତ ବ୍ଳକ ମୁଖ୍ୟାଳୟ ଓ ରାଣିପେଣ୍ଠ, କେରାଣ୍ଡି, କତଲକଇଠା, ଝିପି ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ । ସଟଡାଉନ ସମୟରେ ଏହି ସବୁ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି , କେବଳ ଅତ୍ୟାବଶ୍ୟକ ସେବା ଉପରେ କଟକଣାକୁ କୋହଳ ନିଷ୍ପତ୍ତି ନେଇଛି ପ୍ରଶାସନ । ଅନ୍ୟ ପକ୍ଷରେ ଏହି ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା, କୌଣଶି ସରକାରୀ କର୍ମଚାରୀ ଜିଲ୍ଲା ଛାଡି ବାହାରକୁ ଯାଇ ପାରିବେ ନାହିଁ ।ଦୋକାନି ମାନେ ମଧ୍ୟ ଦୋକାନ ଆଗରେ ଡବଲ ବାରିକୋଟ , ସାମାଜିକ ଦୂରତା ଅବଲମ୍ବନ କରିବା ସାଙ୍ଗକୁ ଅନାନ୍ୟ କଟକଣା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଜାରି କରିଛି ପ୍ରଶାସନ ।