ପାରଳାଖେମୁଣ୍ଡି,୨୮/୭,(ପ୍ରଭାତ କୁମାର ପାତ୍ର ) : ଆସନ୍ତା ଗୁରୁବାର ୩0 ତାରିଖ ଠାରୁ ଅଗଷ୍ଟ ୨ ତାରିଖ ରବିବାର ୯୬ ଘଣ୍ଟା ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହର, କାଶୀନଗର ଏନଏସି ସମେତ ସମସ୍ତ ବ୍ଳକ ମୁଖ୍ୟାଳୟ ଏବଂ ରାଣିପେଣ୍ଠ,ଝାମି , କେରାଣ୍ଡିଓ କତଲକଇଠା ପଞ୍ଚାୟତକୁ ସଟଡାଉନ ଘୋଷଣା କଲା ପ୍ରଶାସନ, ସଟଡାଉନ ସମୟରେ ଏହି ସବୁ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି। କେବଳ ଅତ୍ୟାବଶ୍ୟକ ସେବା ଉପରେ କଟକଣା କୋହଳ ନିଷ୍ପତ୍ତି ନେଇଛି ପ୍ରଶାସନ, ସୁଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା ।