କନ୍ଧମାଳ,୨୦/୭(ପ୍ରଶାନ୍ତ କୁମାର ପାତ୍ର): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକର ସାରଙ୍ଗଡ ପଞ୍ଚାୟତ ଠାରେ ଏକ ୮୦ ବର୍ଷ ବୟସ ବୃଦ୍ଧଙ୍କର କରୋନାରେ ମୃତ୍ୟୁହେବା ପରେ ସାରା ସାରଙ୍ଗଡ ପଞ୍ଚାୟତ, ଆଖପାଖ ବଣ୍ଡଗୁଡା, ଜିରିଡିକିଆ, ବନ୍ଦଗଡ,ଗୁଟିଙ୍ଗିଆ ଆଦି ଗ୍ରାମପଞ୍ଚାୟତର ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଅଛି । ତେଣୁ ସର୍ବ ପ୍ରଥମେ ସାରଙ୍ଗଡ ର ୪ ନଂବର ଓ ୩ ନଂବର ୱାର୍ଡ ଦେଇ ଯାଇଥିବା ପଞ୍ଚାୟତ ରାସ୍ତାକୁ ଅଶୋକ ନଗର ର ସାହିର ଯୁବ ଗୋଷ୍ଠୀ ବାରିକେଟ କରି ଅବରୋଧ କରିଛନ୍ତି ।ସେହିପରି ସଲାଗୁଡା ଗ୍ରାମରେ ମଧ୍ୟ ବାଉଁଶ ବାନ୍ଧି କଙ୍ଗେରିକିଆ ଓ ସାରଙ୍ଗଡ ପ୍ରଧାନ ମନ୍ତ୍ରୀ ଶଡକ ଯୋଜନାକୁ ମଧ୍ୟ ଅବରୋଧ କରାଯାଇଅଛି । ସାରଙ୍ଗଡ ବସଷ୍ଟାଣ୍ଡରେ ଥିବା ଦେବୀ ମେଡିକାଲ ଷ୍ଟୋରକୁ ତହସିଲଦାର ଓ ବିଡିଓ କେ ନୂଆଗାଁ ସରପଞ୍ଚ ଅହଲ୍ଯା ପ୍ରଧାନ ଓ ସମିତି ସଭ୍ୟ ଜୟସେନ ପୂଜାରୀ ,ଆଇଆଇସି ଅନିତା କିଡୋ ,ସବଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଗୌଡଙ୍କ ଉପସ୍ଥିତିରେ ଶିଲ କରାଯାଇଅଛି ।