କନ୍ଧମାଳ,୧୦/୭,(ସୁରେଶ ପଣ୍ଡା ) : କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ କଟାପଡ଼ି ଗାଁରେ ଅଭାବନୀୟ ଘଟଣା l ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ମୃତକ ହେଲେ ପରମପଙ୍ଗା ଗାଁର ପ୍ରମୋଦ ମଲିକ l ବୁଧବାର ରାତିରେ ନିଜ ଗାଁରୁ ତୁମଡିବନ୍ଧ ଯାଉଥିବା ବେଳେ ଜାତୀୟ ରାଜପଥ 59 କଟାପାଡି଼ ଗାଁ ନିକଟରେ ଅଜଣା ଗାଡି ଧକ୍କା ଦେବାଫଳରେ ମୃତ୍ୟୁ ହୋଇଥିଲା l ରାତି ତମାମ ଶବ ଘଟଣା ସ୍ଥଳରେ ପଡିରହିଥିଲା ଆଜି ସକାଳେ ତୁମୁଡିବନ୍ଧ ଥାନା ପୋଲିସ ପହଂଚି ଶବକୁ ଜବତ କରି ପଞ୍ଚନାମା ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରିରଖିଛି l