କନ୍ଧମାଳ ଜିଲ୍ଲାରେ ସଟ୍ଡ଼ାଉନର ପ୍ରଥମ ଦିନ

449
ADVERTISEMENT

କନ୍ଧମାଳ ୪/୭ (ସୁରେଶ କୁମାର ପଣ୍ଡା): କନ୍ଧମାଳ ୨ ଦିନ ଧରି ସଟଡାଉନ ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି , ଅତି ଜରୁରୀ ନହେଲେ ବାହାରକୁ ବାହାରିବା ମନା, କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଳକକୁ ସଟଡାଉନ ଘୋଷଣା କରିଛନ୍ତି ପ୍ରଶାସନ । ଏନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାରେ ଆକ୍ରାନ୍ତ ହୋଇଥିବା ସମସ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜଣେଇଛନ୍ତି ଆଗକୁ ସଂକ୍ରମଣ ନ ହେବା ପାଇଁ ଯାହାକୁ ଦୃଷ୍ଟିରେ ରଖି ସଟଡାଉନ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ ।ସଟଡାଉନ ଆଖି ଆଗରେ ରାଇକିଆ ବଜାରକୁ ସାନିଟାଇଜେର କରାଯିବା ସହ କ୍ଷୀର ,ଔଷଧ ଦୋକାନ ଓ ସ୍ୱାସ୍ଥ୍ୟ ସେବା ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅତ୍ୟନ୍ତ ଜରୁରୀ ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ବାହାରିବା ପାଇଁ ବାରଣ କରାଯାଇଛି । ପ୍ରଶାସନ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି ଓ ଅମାନିଆଙ୍କ ଉପରେ କଡ଼ା ନଜର ରଖିବା ସହ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷଣ ପ୍ରତୀକ ସିଂ କହିଛନ୍ତି । ଜିଲ୍ଲା ପ୍ରଶାସନର ନିଷ୍ପିତିକୁ ଜିଲ୍ଲାବାସୀ ସମର୍ଥନ କରିବା ସହ ସହଯୋଗ ମଧ୍ୟ କରୁଥିବା କହିଛନ୍ତି ।

Advertisement