କନ୍ଧମାଳ, ୩ ।୭(ସୁରେଶ ପଣ୍ଡା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିର ପ୍ରତିବାଦ କରି ଦେଶ ବ୍ୟାପି ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ ଦିବସ ଅନୁଷ୍ଠିତ ହୋଇଯାଇଛି । ଶ୍ରମ ବିରୋଧୀ, ଜନ ବିରୋଧି, ଦେଶ ବିରୋଧି ନିତୀ ବିରୁଦ୍ଧରେ ୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦକୁ ସଫଳ ଭାବରେ କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଜାତୀୟ କଂଗ୍ରେସର ବରିଷ୍ଠ ନେତା ଘନ କୁମାର ଶବର ଉପସ୍ଥିତ ରହିବା ସହ କର୍ମୀ ଯୋଗଦେଇଥିଲେ ।
