କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ

267
ADVERTISEMENT

ଫୁଲବାଣୀ,୨/୭(ଆଦିତ୍ୟ ତ୍ରିପାଠୀ ): କନ୍ଧମାଳ ପୋଲିସ କୁ ବଡ଼ ସଫଳତା । କମ୍ବିଂ ଅପରସେନ ବେଳେ ମାଓ କ୍ୟାମ୍ପ ଠାବ କରିଛି ପୋଲିସ୍ । ପୋଲିସକୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି ପୋଲିସ୍ । ସୂଚନା ପ୍ରକାରେ ଗତ ୨୯ ତାରିଖରୁ ଫିରିଙ୍ଗିଆ ଥାନା ସୁମରବନ୍ଧ ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇଥିଲେ ଏସ୍ଓଜି ଜବାନ୍ । ପରେ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ନେଇ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ମାଓବାଦୀଙ୍କ ସହ ଏସ୍ଓଜି ଜବାନ୍ ମୁହାଁମୁହିଁ ହେବାପରେ ଛତ୍ରଭଙ୍ଗ ଦେଇ ଜଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ ମାଓବାଦୀ । ସେପଟେ କ୍ୟମ୍ପ୍ ରୁ ୧୫ କେଜି ବିସ୍ପୋରକ, ୟୁରିଆ,ଗନ୍ ପାଉଡର ଭଳି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି ପୋଲିସ୍ । କ୍ୟାମ୍ପ ସର୍ଚ୍ଚ କରିବାପରେ ସେଠାରୁ ୨୮ଟି ଡିଟୋନେଟର,ମଲ୍ଟିମିଟର, ବ୍ୟାଗ୍,କଳା କ୍ୟାପ୍,ରିଚାର୍ଜେବୁଲ୍ ବ୍ୟାଟେରୀ,କ୍ୟାମ୍ପ ସାମଗ୍ରୀ,ବ୍ୟାନର, ପୋଷ୍ଟର ସହ ଲିଟରେଚର ଜବତ ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ପ୍ରତୀକ୍ ସିଂ ।

Advertisement