ପାରଳାଖେମୁଣ୍ଡି ଠାରେ ୧୪୪ ଧାରାରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବାହୁଡା ଯାତ୍ରା

431
ADVERTISEMENT

ପାରଳାଖେମୁଣ୍ଡି,/୭(ପ୍ରଭାତ କୁମାର ପାତ୍ର ) : ପାରଳାଖେମୁଣ୍ଡି ଠାରେ ଥିବା ଦକ୍ଷିଣ-ଓଡିଶା’ର ପ୍ରସିଦ୍ଧ ଉପାନ୍ତ ଶ୍ରୀକ୍ଷେତ୍ର’ରେ ଚଳିତ ବର୍ଷ , ତିନି ଠାକୁର’ଙ୍କ ପବିତ୍ର ବାହୁଡା ଯାତ୍ରା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ’ର ଧାରା ୧୪୪ ଜାରୀ ସହ କେବଳ ଆଳତି’ରେ ଓ ବିନା ଶ୍ରଦ୍ଧାଳୁ ଭକ୍ତ’ରେ ସମ୍ପନ୍ନ ହୋଇଛି ।
ଚଳିତ ବର୍ଷ କୋଭିଡ-୧୯ ପରିସ୍ଥିତି’କୁ ଦୃଷ୍ଟି ଆଗରେ ରଖି ଚଳିତ ବର୍ଷ’ର ବାହୁଡାଯାତ୍ରା ପାଳନ ଅବସର’ରେ ନିର୍ଦ୍ଧିଷ୍ଟ କେତେକ ନୀତିକାନ୍ତି କାର୍ଯ୍ୟକ୍ରମ ନିର୍ଦ୍ଧିଷ୍ଟ କେତେକ ପୂଜକ ତଥା ସେବାୟତ ମାନଙ୍କ ମଧ୍ୟରେ ମହାପ୍ରଭୁ’ଙ୍କ କେବଳ ଆଳତି କାର୍ଯ୍ୟରେ ସମ୍ପନ୍ନ ହୋଇଥିଲା
ଉପାନ୍ତ ଅଞ୍ଚଳ’ର ଏହି ପବିତ୍ର ରଥଯାତ୍ରା ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କୋଣସି ଶ୍ରଦ୍ଧାଳୁ ଭକ୍ତ ଯେଭଳି ମନ୍ଦିର ପରିବେଶ ଭିତରକୁ ପ୍ରବେଶ ନ କରିବେ ଏବଂ ଭିଡ ନ ହେବ , ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ରାତି ଠାରୁ ଧାରା ୧୪୪ ଜାରୀ କରା ଯାଇ ମନ୍ଦିର ପ୍ରବେଶ ପଥ ଗୁଡିକ’ରେ ବାଉଁଶ ବେରିକେଟ କରି କଡା ପୋଲିସ ପହରା ଦିଆ ଯାଇଥିଲା ହେଲେ ମଧ୍ୟ ଆଜି ୫ ଟା ଭୋର ସକାଳେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ଭକ୍ତ ମାନେ ବାଉଁଶ ବେରିକେଟ ପାଖକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରୟାସ କରି ଏବଂ ଦର୍ଶନ ନ ପାଇ ଫେରି ଯାଇଥିଲେ । ଅନ୍ୟପକ୍ଷରେ , ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ଭକ୍ତ ମାନେ ମହାପ୍ରଭୁ’ଙ୍କ ରଥ’ର କିଛି ଦୂରରେ ପଡି ରହିଥିବା ଗତ ବର୍ଷ’ର ପୁରୁଣା ରଥଚକ’ ଉପରେ ପୂଜାର୍ଚ୍ଚନା କରିବା ସହ ଫୁଲ ଓ ଦୀପ ଦେଇ ନଡ଼ିଆ ଭାଙ୍ଗି ସେଠାରେ ଥିବା ବଡ କବାଟ’ର ଛିଦ୍ର ବାଟଦେଇ ମନ୍ଦିରରେ ତିନି-ଠାକୁର’ଙ୍କୁ ଦର୍ଶନ କରିଥିଲେ । ଏଥିପାଇଁ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖା ଦେଇଥିଲା ।
ଆଜି ସକାଳେ ଓ ପୂର୍ବାହ୍ନ’ରେ , ବାହୁଡାଯାତ୍ରା ଅବସର’ରେ ମନ୍ଦିର’ରେ’ ମହାପ୍ରଭୁ’ଙ୍କ ଆଳତି , ମଇଲମ , ତଡପ ଲାଗି ,ଅବକାଶ , ଚିତାଲାଗି , ପୂଜାର୍ଚ୍ଚନା ପ୍ରଭୃତି ପାରମ୍ପରିକ ନୀତିକାନ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମହାପ୍ରଭୁ’ଙ୍କ ଏହି ସବୁ କାର୍ଯ୍ୟକ୍ରମ କେବଳ ନିର୍ଦ୍ଧିଷ୍ଟ ୮/୧୦ ଜଣ ପୂଜକ ତଥା ସେବାୟତ ମାନଙ୍କ ଗହଣରେ ଘଣ୍ଟ ଧ୍ୱନୀରେ ସଂମ୍ପନ୍ନ ହୋଇଥିଲା ।
ବଡଦାଣ୍ଡ’ରେ ତିନି ଠାକୁର ଓ ଭକ୍ତ’ଙ୍କ ଅପେକ୍ଷାରେ ଅତ୍ୟନ୍ତ ନିରବ’ରେ ଦଣ୍ଡାୟମାନ ହୋଇ ରହିଥିଲା ମହାପ୍ରଭୁ’ଙ୍କ ରଥ ।
ତିନି ଠାକୁର’ଙ୍କ ପବିତ୍ର ବାହୁଡା-ଯାତ୍ରାଦିନ’ରେ ଜଗନ୍ନାଥ ମନ୍ଦିର ପରିସର ଓ ବଡଦାଣ୍ଡ ଭକ୍ତ ଶୁନ୍ୟରେ ଅତ୍ୟନ୍ତ ଖାଁ ଖାଁ ଲାଗୁଥିଲା ।

Advertisement