ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପ୍ରବନ୍ଧ ପ୍ରତିଯୋଗିତା କାର୍ୟ୍ୟକ୍ରମରେ ଖୁସି ହୋଇ ସହାୟତା ପ୍ରଦାନ କଲେ ସମାଜସେବୀକା ସରସ୍ବତୀ ମାଝୀ

265
ADVERTISEMENT


ବାଲେଶ୍ବର,୦୧/୭(ନରେନ୍ଦ୍ର ପ୍ରସାଦ ବେହେରା): କବି କବୟିତ୍ରୀ ମାନଙ୍କ ଠାରୁ ଧିରେ ଧିରେ ଦୂରେଇ ଯାଉଥିବା ଗଦ୍ୟ ସାହିତ୍ୟକୁ ନିକଟତର କରିବା ତଥା ବିକାଶ ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ୨୦୧୯ ମସିହାରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମ୍ପାଦନାରେ ଗଢିଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ ପ୍ରତି ମାସରେ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ ହ୍ଵାଟ୍ସଆପ୍ ମାଧ୍ୟମରେ ଜାରିରଖିଛି । ଏଥିରେ ମୁଖ୍ୟତଃ ଗଳ୍ପ ଓ ପ୍ରବନ୍ଧ ଉପରେ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ପରେ ଗୋଟିଏ ପର୍ୟ୍ୟାୟ ଅତିକ୍ରମ କରି ଆଜି ୭ମ ପର୍ୟ୍ୟାୟର ପ୍ରସଙ୍ଗ ” ଭ୍ରାତୃତ୍ବ “ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଶକୁନ୍ତଳା ମିଶ୍ର, ପୁରୀ,ଶୋଭାଗିନୀ ନନ୍ଦ, କୋରାପୁଟ, ସସ୍ମିତା ଦାସ,ଢେଙ୍କାନାଳ, ସାଗରିକା ମହାନ୍ତି, ବାରିପଦା, ମାଧବୀ ପଟେଲ, ଝାରସୁଗୁଡା, ସୁଧାଞ୍ଜଳୀ ମିଶ୍ର, ଗଞ୍ଜାମ, ଅଶୋକ ପତି,ଢେଙ୍କାନାଳ, ତେଜସ୍ବିନୀ ସାମଲ,କେନ୍ଦ୍ରାପଡା,ସୁସ୍ମିତା ମହାପାତ୍ର, ରାଉରକେଲା, ନିବେଦିତା ମହାପାତ୍ର, ପୁରୀ,ସଙ୍ଗୀତା ନାୟକ, ରାୟଗଡା, ରୁକ୍ମଣୀ ସାହୁ,ଉଦଳା, ନଳିନୀ ପ୍ରଭା ମିଶ୍ର, ଗଞ୍ଜାମ, ସଞ୍ଜୁକ୍ତା ସାହୁ,ଜଗତସିଂହପୁର, ରଞ୍ଜନ କୁମାର ପଣ୍ଡା,କୋରାପୁଟ, ସ୍ବର୍ଣ୍ଣଲତା ପତି,ସମ୍ବଲପୁର ଓ ମାମିନୀ ଦାଶ,କୋରାପୁଟକୁ ମିଶାଇ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ମୋଟ ୧୭ଜଣ ସାରସ୍ବତ ସାଧକ/ସାଧିକାମାନେ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଯୁଗ୍ମରେ ସୁସ୍ମିତା ମହାପାତ୍ର ଓ ରଞ୍ଜନ କୁମାର ପଣ୍ଡା ୧ମ, ଅଶୋକ କୁମାର ପତି ଓ ନିବେଦିତା ମହାପାତ୍ର ୨ୟ ଏବଂ ମାଧବୀ ପଟେଲ ୩ୟ ସ୍ଥାନ ଅଧିକାର କରି ଅନୁଷ୍ଠାନ ପାଇଁ ଗୌରବ ସାଜିଛନ୍ତି । ସମୀକ୍ଷା ମଣ୍ଡଳୀର ସମୀକ୍ଷା ପରେ ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷା ପରେ ଫଳାଫଳ ଘୋଷଣା ହୋଇଛି । ଗଦ୍ୟ ସାହିତ୍ୟର ବିକାଶ ପାଇଁ ସାରସ୍ବତ ସାଧିକା/ସାଧକ ମାନଙ୍କର ଉଦ୍ୟମକୁ ପ୍ରଶଂସା କରି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ଡିମିରିଚୁଆ ଗ୍ରାମର ସମାଜସେବୀ ସରସ୍ବତୀ ମାଝୀ ୧ମ , ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ସାରସ୍ବତ ସାଧିକା/ସାଧକ ମାନଙ୍କୁ ଖୁସିରେ ୫୦୦ଟଙ୍କା ଦେଇଛନ୍ତି । ଏହି ଖୁସି ବଳରେ ଗଦ୍ୟ ସାହିତ୍ୟର ବିକାଶ ଆହୁରି ଆଗକୁ ଆଗେଇ ପାରିବ ବୋଲି ଶ୍ରୀମତୀ ମାଝୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Advertisement