ଗଜପତିରେ ସଟ୍ଡ଼ାଉନର ଦ୍ବିତୀୟ ଦିନ

219
ADVERTISEMENT


ଗଜପତି (ପାରଳାଖେମୁଣ୍ଡି), ୨୯।୬ (ପ୍ରଭାତ କୁମାର ପାତ୍ର ): ତିନିଦିନ ଧରି ସଟଡାଉନ ଘୋଷଣା କରି ପ୍ରଶାସନ , ଅତି ଜରୁରୀ ନହେଲେ ବାହାରକୁ ବାହାରିବା ମନା, ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଓ ଗୁମ୍ମା ସମ୍ପୂର୍ଣ୍ଣ ଦୁଇଟି ବ୍ଳକ ଏବଂକାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ । ଏନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ସଟଡାଉନ ନିଷ୍ପତ୍ତି ନେଇଛି ପ୍ରଶାସନ ।
କ୍ଷୀର ,ଔଷଧ ଦୋକାନ ଓ ସ୍ୱାସ୍ଥ୍ୟ ସେବା ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅତ୍ୟନ୍ତ ଜରୁରୀ ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ବାହାରିବା ପାଇଁ ବାରଣ କରାଯାଇଛି । ପୋଲିସ ପ୍ରଶାସନ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଛନ୍ତି । ଜିଲ୍ଲା ପ୍ରଶାସନର ନିଷ୍ପିକୁ ଜିଲ୍ଲାବାସୀ ସମର୍ଥନ କରିବା ସହ ସହଯୋଗ କରୁଥିବା କହିଛନ୍ତି ଲୋକେ । ଏହି ସୋଟଡାଉନ ଚାଲିଥିବା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ୪୦ ଗୋଟି ଟିମ୍ ସମସ୍ତ ଘର ଘର ବୁଲି ଜର, ଖାସ, ଥଣ୍ଡା ନେଇ ପରୀକ୍ଷା ମଧ୍ୟ ଆରମ୍ଭ କରି ଦେଇଛନ୍ତି।

Advertisement